ବିଚାରବ୍ୟବସ୍ଥା ପରେ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକୁ ଆଇନା ଦେଖାଇଲେ ରାଷ୍ଟ୍ରପତି ମହୋଦୟା

ନୂଆଦିଲ୍ଲୀ : କିଛି ମାସ ପୂର୍ବରୁ ବିନା ବିଚାରରେ ଜେଲ୍ ଭୋଗୁଥିବା କଏଦୀ ଏବଂ ସେମାନଙ୍କ ପରିବାର ସମ୍ପର୍କରେ ସର୍ବସାଧାରଣରେ ଆଲୋଚନା କରି ରାଷ୍ଟ୍ରପତି ମହୋଦୟା ଦ୍ରୌପଦୀ ମୁର୍ମୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର କିଛିଦିନ ପରେ ଆଉ ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରାଷ୍ଟ୍ରପତି ମହୋଦୟା ନିଜର ଅଭିବ୍ୟକ୍ତି ଜାରି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ରାଷ୍ଟ୍ରପତି ଭବନରେ ଆୟୋଜିତ ପରିଦର୍ଶକମାନଙ୍କ ଏକ ସମ୍ମିଳନୀରେ ଭାଷଣ ଦେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ  ପ୍ରସଙ୍ଗରେ ନିଜର ବକ୍ତବ୍ୟ ରଖିଛନ୍ତି। ଦ୍ରୌପଦୀ ମୁର୍ମୁ  କହିଛନ୍ତି ଯେ, ଦେଶର ଉଚ୍ଚଶିକ୍ଷା ସଂସ୍ଥାର ପରିସରଗୁଡିକ ସମ୍ବେଦନଶୀଳ ହେବା ଆବଶ୍ୟକ। ଏଥିପାଇଁ ସଂସ୍ଥାର ମୁଖ୍ୟ ଏବଂ ଅଭିଭାବକ ମାନେ ଦାୟିତ୍ୱ ନେବା ସହ ଚେଷ୍ଟା କରିବା ଉଚିତ। ୨୦୧୯ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ପରିସଂଖ୍ୟନ ଅନୁଯାୟୀ, ପ୍ରାୟ ୨୫୦୦ ଛାତ୍ରଛାତ୍ରୀ ଆଇଆଇଟି ଭଳି ଶିକ୍ଷା ସଂସ୍ଥାନରୁ ଅଧାରୁ ପାଠପଢା ଛାଡୁଛନ୍ତି। ଆହୁରି ଉଦବେଗଜନକ ବିଷୟ ଏହିକି ଯେ,  ଅଧାରୁ ପାଠପଢା ଛାଡୁଥିବା ପିଲାମାନଙ୍କ ମଧ୍ୟରୁ ପ୍ରାୟ ଅଧା ଛାତ୍ରାଛାତ୍ରୀ ବିଭିନ୍ନ ସଂରକ୍ଷିତ ବର୍ଗର ହୋଇଥାନ୍ତି। ତେଣୁ ଆମର ଉଚ୍ଚଶିକ୍ଷା ସଂସ୍ଥାନ ଗୁଡିକ ସବୁ ବର୍ଗ ପ୍ରତି ସମ୍ବେଦନଶୀଳ ହୁଅନ୍ତୁ ବୋଲି ମୁର୍ମୁ କହିଥିଲେ। ଏହି ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକରେ ଆତ୍ମହତ୍ୟା  ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ଆଇଆଇଟି ଦିଲ୍ଲୀରେ ଜଣେ ୨୦ ବର୍ଷୀୟ ଛାତ୍ର ଆତ୍ମହତ୍ୟା ହୃଦୟ ବିଦାରକ ଥିଲା। ତାଙ୍କର ଏହି ବକ୍ତବ୍ୟ ସବୁ ଶିକ୍ଷା ସଂସ୍ଥାନ ପାଇଁ ଉର୍ଦ୍ଦିଷ୍ଟ ବୋଲି ମହୋଦୟା ମତ ରଖିଥଲେ।  ସେହିପରି ଆମ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକରେ ମହିଳାଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଶୌଚାଳୟ  ଅଛି କି। ଆମ ପରୀକ୍ଷାଗାର ବିଶ୍ୱସ୍ତରୀୟ କି। ଆମ ଅଧ୍ୟୟନ ସମାଜର ସବୁ ପ୍ରକାର ଆହ୍ୱାନକୁ ସମ୍ମୁଖୀନ ହେବାକୁ ଯୋଗ୍ୟ କି। ଶିକ୍ଷା ସଂସ୍ଥାନରେ ଦିବ୍ୟାଙ୍ଗ ମାନଙ୍କ ବିଶେଷ ଆବଶ୍ୟକତା ପ୍ରତି ଆମେ ସଚେତନ ଅଛେ କି ବୋଲି ମହାମହିମ ଉପସ୍ଥିତି ଶ୍ରୋତାମଣ୍ଡଳୀଙ୍କୁ ପ୍ରଶ୍ନ କରିଥିଲେ।

Leave a Reply

Your email address will not be published. Required fields are marked *