ସ୍କୁଲ ଓ ଗଣଶିକ୍ଷା ବିଭାଗରେ ସୃଷ୍ଟି ହେଲା ୬୪୨ ପିଜିଟି ପଦବୀ ,ମୋଟ ୯୦୨ଟି ପଦ ସୃଷ୍ଟି

ଭୁବନେଶ୍ୱର : ଶିକ୍ଷା ଭିତ୍ତିଭୂମି ଗୁଡିକର ରୂପାନ୍ତରଣ ପରେ ଶିକ୍ଷକ ଏବଂ ଅନ୍ୟ ପଦ ପୂରଣ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଏହି କ୍ରମରେ ନୂତନ ଭାବେ ୯୦୨ଟି ପଦ ସୃଷ୍ଟି କରାଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ସୃଷ୍ଟି ହୋଇଥିବା ୯୦୨ଟି ପଦ ମଧ୍ୟରୁ ୬୪୨ଟି ପଦ ପିଜିଟି, ୨୪ଟି ଲାବ୍ରୋଟୋରୀ ଆସିଷ୍ଟାଣ୍ଟ(ପରୀକ୍ଷାଗାର ସହାୟକ), ୨୪ ଲାବ୍ରୋଟୋରୀ ଆଟେଡାଣ୍ଟ(ପରୀକ୍ଷାଗାର ପରିଚାରକ), ୧୦୬ ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍(ପୁସ୍ତକାଗାର ସହାୟକ) ଏବଂ ୧୦୬ ଜୁନିୟର କ୍ଲର୍କ(କନିଷ୍ଠ କିରାଣୀ) ପାଇଁ ରହିଛି।

Leave a Reply

Your email address will not be published. Required fields are marked *