ପ୍ରଥମ ଟେଷ୍ଟ ଜିତି ଏହି ସବୁ ରେକର୍ଡ କଲା ଭାରତୀୟ ଟେଷ୍ଟ କ୍ରିକେଟ ଦଳ ଓ ଅଶ୍ୱିନୀ
ଡୋମିନିକା : ଶୁକ୍ରବାର ରାତିରେ ଆପଣମାନେ ଶୋଇଲା ବେଳକୁ ଭାରତ ତାର ପାଳି ଘୋଷଣା କରିସାରିଥିବ। ମାତ୍ର ଆପଣ ଯେତେବେଳେ ଶନିବାର ସକାଳୁ ଉଠିଥିବେ, ଦେଖିଥିବା ଭାରତ ଏକ ଇନିଂସ ଏବଂ ୧୪୧ ରନ୍ ବ୍ୟବଧାନରେ ଓ୍ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳକୁ ପରାସ୍ତ କରିସାରିଛି। କେବଳ ପରାସ୍ତ କରିନି. ଦେଶ ତଥା ବ୍ୟକ୍ତିଗତ ଭାବେ ଏକାଧିକ କୃତ୍ୱିତ୍ୱ ମଧ୍ୟ ହାସଲ କରିଛି। ଏହା ମଧ୍ୟରେ ରହିଛି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ସର୍ବାଧିକ ଅଷ୍ଟମ ଥର ପାଇଁ ଗୋଟିଏ ଟେଷ୍ଟରେ ଦଶ କିମ୍ବା ତତୋଧିକ ଉଇକେଟ୍ ଅକ୍ତିଆର କରିଛନ୍ତି। ସେ ଏହି ମାଇଲଖୁଣ୍ଟ ଅକ୍ତିଆର କରି ଅନୀଲ କୁମ୍ବଲେଙ୍କ ସମକକ୍ଷ ହୋଇଛନ୍ତି। ତାଙ୍କ ପରେ ଏହି ରେକର୍ଡ ସର୍ବାଧିକ ପାଞ୍ଚଥର ହରଭଜନ ସିଂଙ୍କ ନାଁରେ ରହିଛି। ଦଦ୍ୱିତୀୟରେ ବିଦେଶମାଟିରେ କୌଣସି ବୋଲର ଭାବେ ଅଶ୍ୱିନୀଙ୍କ ଶ୍ରେଷ୍ଠ ପ୍ରଦର୍ଶନ। ଏହି ରେକର୍ଡ କରି ସେ ଇର୍ଫାମ ପଠାନ ଏବଂ ଭଗଓ୍ୱାଥ୍ ଚନ୍ଦ୍ରଶେଖରଙ୍କ ସହ ସମକକ୍ଷ ହୋଇଛନ୍ତି। ପଠାନ ପୂର୍ବରୁ ଜିମ୍ବା୍ୱେ ଏବଂ ଚନ୍ଦ୍ରଶେଖର ଅଷ୍ଟ୍ରେଲିଆ ବିରୋଧରେ ଏହି ରେକର୍ଡ କରିଛନ୍ତି। ଓ୍ୱେଷ୍ଟିଇଣ୍ଡିଜ୍ ବିରୋଧରେ ଭାରତ ଏଯାବତ୍ ୨୩ଟି ଟେଷ୍ଟ ଜିତିସାରିଲାଣି। ଅଷ୍ଟ୍ରେଲିଆ ବିରୋଧରେ ଭାରତ ମଧ୍ୟ ୩୨ଟି ଟେଷ୍ଟ ଜିତି ରେକର୍ଡ କରିଛି। ସେହିପରି ଏହି ମ୍ୟାଚରେ ଯଶ୍ବସୀ ଜୟସୱାଲ ବିଦେଶ ମାଟିରେ ତାଙ୍କ ଡେବ୍ୟୁ ମ୍ୟାଚରେ ୧୭୧ ରନ କରି ପ୍ରଥମ ଭାରତୀୟ ବ୍ୟାଟର ହେବାର ସୌଭାଗ୍ୟ ହାସଲ କରିଛନ୍ତି । ଓ୍ୱେଷ୍ଟିଣ୍ଡିଜ୍ ବିରୋଧରେ ଭାରତ ଏଯାବତ୍ ୨୩ଟି ଟେଷ୍ଟ ଜିତିସାରିଲାଣି। ଅଷ୍ଟ୍ରେଲିଆ ବିରୋଧରେ ଭାରତ ମଧ୍ୟ ୩୨ଟି ଟେଷ୍ଟ ଜିତି ରେକର୍ଡ କରିଛି।