ଭଗବାନଙ୍କ ଭରସାରେ ଇଏସଆଇ ହସ୍ପିଟାଲ , ଖରା ବେଳେ ଖାଇବାକୁ ଗଲେ ଫେରୁ ନାହାନ୍ତି ଅଧିକାରୀ, ହନ୍ତସନ୍ତ ରୋଗୀଙ୍କ ସମ୍ପର୍କୀୟ  

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଥିବା ଇଏସଆଇ ହସ୍ପିଟାଲକୁ ପ୍ରତିଦିନ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଯିବା ଆସିବା ଲାଗି ରହୁଛି। ହେଲେ ଆଶ୍ଚର୍ଯ୍ୟର କଥା ସେମାନଙ୍କୁ ସେବା ଯୋଗାଇ ଦେବା ପାଇଁ ଅଧିକାରୀମାନେ ଧାର୍ଯ୍ୟ ସମୟରେ ସେଠାରେ ଉପସ୍ଥିତ ରହୁ ନାହାନ୍ତି। କାର୍ଯ୍ୟାଳୟକୁ ଆସିବା ପରେ ମଧ୍ୟାହ୍ନ ଭୋଜନ ବିରତିରେ  ଅଧିକାରୀମାନେ ଥରେ, ଗଲେ କେତେବେଳେ ଫେରିବେ, ତାହା କାହାକୁ ଜଣାନାହିଁ। ମଧ୍ୟାହ୍ନ ଗୋଟାଏରୁ ଦୁଇଟା ପର୍ଯ୍ୟନ୍ତ ଲଞ୍ଚ ପାଇଁ ବ୍ରେକ୍ ରହିଛି। ହେଲେ ଦିନ ଦୁଇଟା ପରେ ବି ଅଧିକାରୀମାନଙ୍କ ଦେଖା ନାହିଁ। ପରିସରରେ ଥିବା ସିକ୍ୟୁରିଟି ଗାର୍ଡ ଅଧିକାରୀମାନେ ଲଞ୍ଚରେ ଯାଇଛନ୍ତି।,ଅପେକ୍ଷା କରନ୍ତୁ ବୋଲି କହି ଆଶ୍ୱାସନା ଦେଉଛନ୍ତି। ଅଧିକାରୀଙ୍କ କଥା ଛାଡନ୍ତୁ ଖୋଦ୍ ଅଧିକ୍ଷକ ମଧ୍ୟ ପରିସରରେ ଉପସ୍ଥିତ ରହୁନାହାନ୍ତି। ବୁଧବାର ପୁରୀ ଜିଲ୍ଲାର କେତେକ ରୋଗୀଙ୍କ ସମ୍ପର୍କୀୟ ଇଏସଆଇ ହସ୍ପିଟାଲକୁ ଯାଇଥିବା ବେଳେ ପ୍ରାୟ ଦୁଇ ଘଣ୍ଟା ରହିଥିଲେ ବି ସଂପୃକ୍ତ ଅଧିକାରୀଙ୍କ ଦର୍ଶନ ପାଇ ନ ଥିଲେ। ପ୍ରତିଦିନ ପୂର୍ବାହ୍ନ ନଅଟାରୁ ଅପରାହ୍ନ ପାଞ୍ଚଟା ଯାଏଁ କାର୍ଯ୍ୟାଳୟ ପାଇଁ ଧାର୍ଯ୍ୟ ସମୟ ରହିଛି। ମଧ୍ୟାହ୍ନ ଭୋଜନ ସମୟ ଏକ ଘଣ୍ଟା ରହିଥିଲେ ବି, ତାହାର ଅବଧି ଅଧିକାରୀମାନଙ୍କ ଦ୍ୱାରା ବୃଦ୍ଧି ହୋଇଯାଉଛି।

Leave a Reply

Your email address will not be published. Required fields are marked *