କାହିଁକି ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବକୁ ପରୋକ୍ଷରେ ଟାର୍ଗେଟ କରୁଛନ୍ତି ଅପରାଜିତା

ଭୁବନେଶ୍ୱର: ଶୀର୍ଷକଟି ପଢି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ମାତ୍ର ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ଅମୂଳକ ନୁହେଁ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଓଡ଼ିଶାରୁ ରାଜ୍ୟସଭା ଯାଇ କେନ୍ଦ୍ର ମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବ ଗୋଟିଏ ଦଳର । ମାତ୍ର ଏହା ସତ୍ତ୍ୱେ ଉଭୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଛି। ଯାହା ଦିନକୁ ଦିନ ଅଧିକ ଦୃଶ୍ୟମାନ ହେବାରେ ଲାଗିଛି।

ବିଗତ ସପ୍ତାହରେ ସାଂସଦ ମହୋଦୟା ତାମିଲ ଖଣି ବ୍ୟବସାୟୀ ଓ ରାଜ୍ୟ ସରକାରଙ୍କ ଜଣେ ପ୍ରଭାବଶାଳୀ ଅଫିସର ଜମିକିଣାକୁ ନେଇ ହୋ-ହଲ୍ଲା କରୁଛନ୍ତି। ଯେଉଁ ଖଣି ବ୍ୟବସାୟୀଙ୍କ ନାଁ ଶ୍ରୀମତା ଷଡଙ୍ଗୀ ଉଠାଉଛନ୍ତି ତାଙ୍କ କମ୍ପାନୀ ସହ ଅଶ୍ୱିନୀ ବୈଷ୍ଣବ ଜଡିତ ଥିଲେ। ବୈଷ୍ଣବ ବାବୁ ବିଜେଡି ସମର୍ଥନରେ ପ୍ରାର୍ଥୀ ହେବା ସହ କେନ୍ଦ୍ରରେ ମନ୍ତ୍ରୀ ହୋଇପାରିଲେ। ଉଭୟ ଅଶ୍ୱିନୀ ଏବଂ ଅପରାଜିତା ଗୋଟିଏ ବ୍ୟାଚର ଅଧିକାରୀ ରହିଥିଲେ। ତେଣୁ ପଛରେ ଆସି ଅଶ୍ୱିନୀଙ୍କ ଏହି ରାଜନୈତିକ ଉତ୍ଥାନ ଶ୍ରୀମତା ଷଡଙ୍ଗୀଙ୍କ କ୍ୟାମ୍ପର ହଜମ ହେଉନାହିଁ। ତେଣୁ ଖଣି ବ୍ୟବସାୟୀଙ୍କୁ ଟାର୍ଗେଟ କରି ତାଙ୍କ ଦ୍ୱାରା ଉପକୃତ ହୋଇଥିବା କିଛି ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ ହଇରାଣରେ ପକାଇବା ପାଇଁ ଶ୍ରୀମତୀ ଷଡଙ୍ଗୀ ଯୋଜନା କରୁଥିବା ଜଣାପଡିଛି। ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ଆଉ ଥରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେବାର ରହିଛି। ତେଣୁ ଅଶ୍ୱିନୀଙ୍କୁ ଟାର୍ଗେଟ କରି ଅପରାଜିତା ଏକ ନୂଆ ଚାଲ ଖେଳୁଥିବା ବିଜେପି ଦଳର ଏକ ଗୋଷ୍ଠୀ ମତ ଦେଇଛି।