କ’ଣ ରହିଛି ଅଦାନୀଙ୍କ ଚାଇନା ସହ ଲିଙ୍କ୍ ଜାଣନ୍ତୁ…

ଅତୀତ‌ରେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍‌ଆଇ) କରିଥିବା ତଦନ୍ତଠାରୁ ଆରମ୍ଭ କରି ଏବେ ଓସିସିଆରପି ଆଣିଥିବା ଅଭିଯୋଗରେ ଦୁଇ ଜଣ ବିଦେଶୀଙ୍କ ନାମ ବାରମ୍ବାର ସାମ୍ନାକୁ ଆସୁଛି । ସେହି ଦୁଇ ବ୍ୟକ୍ତି ହେଉଛନ୍ତି ତାଇୱାନର ଚାଙ୍ଗ ରୁଙ୍ଗ-ଲିଙ୍ଗ୍‌ ଓ ୟୁଏଇର ନାସିର ଅଲ୍ଲୀ ସବାନ ଆହ୍‌ଲି । ଏହି ଦୁଇ ବ୍ୟକ୍ତିଙ୍କ ଶିଳ୍ପପତି ଗୌତମ ଆଦାନିଙ୍କ ସହ ଏହି ଦୁଇ ଜଣଙ୍କ ଘନିଷ୍ଠତା ରହିଛି। ସେମାନଙ୍କ ଜରିଆରେ ପାଣ୍ଠି ହେରଫେର କାରବାର ହେଉଥିବା ଅଭିଯୋଗ ଆଗକୁ ଆସିଛି ।

ଚାଙ୍ଗ୍‌ ଚୁଙ୍ଗ୍‌-ଲିଙ୍ଗ୍‌ ହେଉଛନ୍ତି ତାଇୱାନ୍‌ର ଜଣେ ନିବେଶକ। ଆଦାନି ଗ୍ରୁପ୍‌ ସହ ତାଙ୍କର ଦୀର୍ଘବର୍ଷର ବ୍ୟବସାୟ ସମ୍ପର୍କ ରହିଛି। ବିଦେଶ ଫଣ୍ଡ୍‌ ଜରିଆରେ ଆଦାନି ସେୟାର କିଣାବିକା କରି ସେ ବିପୁଳ ଲାଭ କରିଥିବା ଅଭିଯୋଗ ରହିଛି। ଆଦାନି ଗ୍ଲୋବାଲ୍‌, ଗୁଦାମି ଇଣ୍ଟରନ୍ୟାସନାଲ୍ ଭଳି ଗୌତମ ଆଦାନିଙ୍କ କିଛି କଂପାନିରେ ସେ ନିର୍ଦ୍ଦେଶକ ରହିଛନ୍ତି । ପାଣ୍ଠି ହଡ଼ପ କରିବା ଲାଗି ମରିସସ୍‌ରେ ସ୍ଥାପନ କରାଯାଇଥିବା ଜାଲ୍ କଂପାନି ଗ୍ରୋମୋର୍‌ର ସେ ହେଉଛନ୍ତି ନିର୍ଦ୍ଦେଶକ । ୨୦୧୪ରେ ଆଦାନି ଗ୍ରୁପ୍ ବିରୋଧରେ ରାଜସ୍ବ ଗୁଇନ୍ଦା ନି‌ର୍ଦ୍ଦେଶାଳୟ (ଡିଆର୍‌ଇ) କରିଥିବା ତଦନ୍ତରେ ପ୍ରଥମେ ତାଙ୍କ ନାମ ସାମ୍ନାକୁ ଆସିଥିଲା ।

ଆଦାନି ଗ୍ରୁପ୍‌ର ବିଭିନ୍ନ ସଂସ୍ଥାରେ ବିଦେଶୀ ପାଣ୍ଠି ଭର୍ତ୍ତି କରିବାରେ ବିନୋଦ ଆଦାନିଙ୍କୁ ସାହାଯ୍ୟ କରୁଥିଲେ ୟୁଏଇର ନାସିର ଅଲ୍ଲୀ ସବାନ୍ ଆହିଲ। ୟୁଏଇରେ ତାଙ୍କର ଏକ କନସଲ୍‌ଟାନ୍ସି ସଂସ୍ଥା ରହିଛି। ହିଣ୍ଡେନ୍‌ବର୍ଗ ରିପୋର୍ଟରେ ତାଙ୍କ ନାମ ନଥିଲା, ମାତ୍ର ଓସିସିଆର୍‌ପି ରିପୋର୍ଟରେ ତାଙ୍କ ବିଷୟରେ ଆଲୋଚନା କରାଯାଇଛି । ୟୁଏଇ, ମରିସସ୍‌ ଓ ବ୍ରିଟିସ ଭର୍ଜିନ ଦ୍ବୀପରେ ତାଙ୍କର ତିନିଟି ସଂସ୍ଥା ରହିଛି। ସେହି ତିନି ସଂସ୍ଥା ଆଦାନି କଂପାନିର ବିଦେଶୀ ଟ୍ରେଡର ଥିଲେ ଏବଂ ଅର୍ଥ ହେରଫେର କରିବାରେ ସାହାଯ୍ୟ କରୁଥିବା ଅଭିଯୋଗ ରହିଛି। ୨୦୦୭ରେ ଆଦାନି କଂପାନିର ବେଆଇନ ହୀରା କାରବାରର ତଦନ୍ତ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ କରୁଥିବା ବେଳେ ତାଙ୍କ ନାମ ସାମ୍ନାକୁ ଆସିଥିଲା। ତାଙ୍କୁ ଦୁବାଇରେ ଆଦାନିଙ୍କ ଲୋକ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *