ଡାକଘରର ଏହି ଯୋଜନାରେ ୧୦,୦୦୦ ଟଙ୍କା ନିବେଶ କରି ପାଆନ୍ତୁ ୪,୪୯୦ ଟଙ୍କାର ରିଟର୍ଣ୍ଣ …

ଛୋଟ ସଞ୍ଚୟ ଯୋଜନା ପାଇଁ ସର୍ବୋତ୍ତମ ପ୍ଲାଟଫର୍ମ ହେଉଛି ଡାକଘର (Post Office) । ଏଠାରେ ଅନେକ ପ୍ରକାରର ଯୋଜନା ପ୍ରଦାନ କରାଯାଏ । ସେଥିମଧ୍ୟରୁ ଏକ ସ୍ୱତନ୍ତ୍ର ଯୋଜନା ହେଉଛି ଡାକଘର ଜାତୀୟ ସଞ୍ଚୟ ପ୍ରମାଣପତ୍ର ଯୋଜନା (ଅଷ୍ଟମ ଇସୁ) । ଏହି ଯୋଜନାରେ ଆପଣ ଉତ୍କୃଷ୍ଟ ରିଟର୍ଣ୍ଣ ସହିତ (ଡାକଘର NSC ସ୍କିମ୍) ଟିକସ ଛାଡ ସୁବିଧା ପାଇପାରିବେ । ଏଥିରେ ଖାତା ଖୋଲିବା ମଧ୍ୟ ବହୁତ ସହଜ । ଏହି ବିନିଯୋଗ ଯୋଜନା ୫ ବର୍ଷ ପାଇଁ ରହିଛି । ଏଥିରେ ଏକ ବିଶେଷ କଥା ହେଉଛି ଆପଣଙ୍କର ବିନିଯୋଗ ପରିମାଣ ମଧ୍ୟ ଏଥିରେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ ।
ଏହି ସ୍କିମରେ ଆପଣ ସିଙ୍ଗଲ , ଜଏଣ୍ଟ ଏବଂ ତିନି ଜଣ ମିଳିତ ଭାବରେ ଖାତା ଖୋଲି ପାରିବେ । ଯଦି ଏଥିରେ କୌଣସି ୧୦ ବର୍ଷ ବା ତାଠୁ ଉର୍ଦ୍ଧ୍ବ ନାବାଳକ ଥାଆନ୍ତି ତେବେ ସେ ମଧ୍ୟ ଏହି ଯୋଜନାରେ ଆକାଉଣ୍ଟ ଖୋଲି ପାରିବ । ଏହି ଯୋଜନାରେ ଅତି କମରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଆପଣ ନିବେଶ କରିପାରିବେ । ଏହା ବ୍ୟତୀତ ଆପଣ ଶହେ ଗୁଣ ଆଧାରରେ ଯେତେ ପଇସା ଏଥିରେ ନିବେଶ କରିପାରିବେ । ସେହିପରି ଆୟକର ଅଧିନିୟମର ଧାରା ୮୦ସି ଅନୁଯାୟୀ ଆପଣ ବିନିଯୋଗ ରାଶି ଉପରେ ଟିକସ ଛାଡ ସୁବିଧା ମଧ୍ୟ ପାଇପାରିବେ । ଏଥିରେ ଏକ ବିଶେଷ କଥା ହେଉଛି ଯେ ଆପଣ ଏହି ଯୋଜନା ଅଧିନରେ ଯେତୋଟି ଖାତା ଖୋଲିବାକୁ ଚାହିଁବେ ସେତେ ସଂଖ୍ୟକ ଖାତା ଖୋଲି ପାରିବେ ।

କେତେ ମିଳିବ ରିଟର୍ଣ୍ଣ

ଭାରତୀୟ ଡାକଘର ଅଫିସିଆଲ ୱେବସାଇଟ୍ ମୁତାବକ ପୋଷ୍ଟ ଅଫିସ ଏନଏସି ସ୍କିମ ଅନୁଯାୟୀ ଏବେ ଗ୍ରାହକମାନଙ୍କୁ ବାର୍ଷିକ ୭.୭ ସୁଧ ହାର ମିଳୁଛି । କିନ୍ତୁ ଆପଣଙ୍କର ସଂପୂର୍ଣ୍ଣ ପଇସା ଆପଣଙ୍କୁ ପରିପକ୍ବତା ସରିବା ସମୟରେ ମିଳିଥାଏ । ଆପଣ ଏହାକୁ ଏପରି ବୁଝିପାରିବେ ଯଦି ଆପଣ ୧୦,୦୦୦ ଟଙ୍କାର ନିବେଶ କରୁଛନ୍ତି ତେବେ ପରିପକ୍ବତା ସମୟରେ ଆପଣଙ୍କୁ ୪,୪୯୦ ଟଙ୍କାର ରିଟର୍ଣ୍ଣ ମିଳିବ । ତେବେ ମୋଟ ଆପଣଙ୍କ ପାଖରେ ୧୪,୪୯୦ ହେବ ।

Leave a Reply

Your email address will not be published. Required fields are marked *