Asian Games 2023 ; ଏସୀୟ କ୍ରୀଡାରେ ଉମରାନଙ୍କୁ ମିଳିପାରେ ସ୍ଥାନ କେମିତି ଜାଣନ୍ତୁ …

ଏଥର ଭାରତୀୟ କ୍ରିକେଟ୍ ଦଳର ଉଭୟ ପୁରୁଷ ଏବଂ ମହିଳା ଦଳ ଏସୀୟ ଗେମ୍ସରେ ଭାଗ ନେବାକୁ ଯାଉଛନ୍ତି। ଚାଇନାରେ ହେବାକୁ ଥିବା ଏହି ମେଗା ଇଭେଣ୍ଟ 19 ସେପ୍ଟେମ୍ବରରୁ ଆରମ୍ଭ ହୋଇ 8 ଅକ୍ଟୋବରରେ ଶେଷ ହେବ | ଏହି ମେଗା ଇଭେଣ୍ଟକୁ ଯିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ୍ ଦଳକୁ ଲାଗିଛି ଝଟକା । ଏଥର ଦିନିକିଆ ବିଶ୍ୱକପ ଯୋଗୁଁ, ବିସିସିଆଇ ଏସୀୟ ଗେମ୍ସ ପାଇଁ ଏକ ଯୁବ ଦଳ ଚୟନ କରିଛି | ଯାହାର ଅଧିନାୟକ ପଦରେ ରହିଛନ୍ତି ଋତୁରାଜ ଗାଇକୱାଡ ।

ଏଥର ଏସୀୟ କ୍ରୀଡା ପାଇଁ ବହୁ ଯୁବ ଖେଳାଳିଙ୍କୁ ଚୟନ କରାଯାଇଛି। ଏହି ଦଳରେ ସ୍ଥାନ ପାଇଥିବା ଦ୍ରୁତ ବୋଲର ଶିବମ ମାଭିଙ୍କୁ ଆଘାତ ଲାଗିଥିବା ଖବର ଆସିଛି। ତାଙ୍କ ପିଠିରେ ଆଘାତ ହେତୁ ସେ ହୁଏତ ଏସୀୟ ଗେମ୍ସ ୨୦୨୩ ଦଳରୁ ବାହାରେ ରହିପାରନ୍ତି | ଏଭଳି ପରିସ୍ଥିତିରେ ଉମ୍ରାନ ମଲିକଙ୍କୁ ତାଙ୍କ ସ୍ଥାନ ଭାବରେ ଖେଳିବାର ସୁଯୋଗ ପାଇପାରନ୍ତି ।

ତେବେ ଏଠାରେ ସୂଚନାଯୋଗ୍ୟ ଯେ ଶିବମ ମାଭିଙ୍କ ଆଘାତ ଏତେଟା ଗମ୍ଭୀର ନୁହେଁ କିନ୍ତୁ ତାଙ୍କୁ ଏସିଆନ୍ ଗେମ୍ସ ପାଇଁ ଫିଟ୍ ହେବାର କମ୍ ଆଶା ଅଛି | ଶିବମ ମାଭିଙ୍କ ସ୍ଥାନ ପାଇଁ ଉମ୍ରାନ ମଲିକଙ୍କୁ ଦଳରେ ସାମିଲ କରିବାକୁ ବିସିସିଆଇ ଖୁବ ଶୀଘ୍ର ଘୋଷଣା କରିପାରେ। ସେହିପରି ୱେଷ୍ଟଇଣ୍ଡିଜ୍ ଗସ୍ତରେ ଉମରନ୍ ଟିମ୍ ଇଣ୍ଡିଆର ଏକ ଅଂଶ ହୋଇଥିଲେ। ଉମ୍ରାନ ଏପର୍ଯ୍ୟନ୍ତ ୮ ଟି -୨୦ ଆନ୍ତର୍ଜାତୀୟ ମ୍ୟାଚରେ ୧୧ ଟି ୱିକେଟ୍ ନେଇଛନ୍ତି।

Leave a Reply

Your email address will not be published. Required fields are marked *