ବର୍ଷା ହେଲେ ଏସିଆ କପରୁ ବିଦା ହେବ ପାକିସ୍ତାନ, କେମିତି ଜାଣନ୍ତୁ…

ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷ ସୁପର ୪ ମ୍ୟାଚରେ ଭାରତ ୪୧ ରନରେ ଜିତିଛି। ଏହି ବିଜୟ ସହ ଟିମ୍ ଇଣ୍ଡିଆ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଭାରତୀୟ ଦଳ ପାକିସ୍ତାନର ଓ ଶ୍ରୀଲଙ୍କା ଠାରୁ ଜିତିବା ପରେ ସେପ୍ଟେମ୍ବର ୧୫ ରେ ବାଂଲାଦେଶ ବିପକ୍ଷ ସୁପର -୪ ରାଉଣ୍ଡର ଶେଷ ମ୍ୟାଚ୍ ଖେଳିବ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଏବଂ ପାକିସ୍ତାନ ଭିତରେ ଫାଇନାଲ ପାଇଁ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିବ। କାରଣ ଏହି ଦୁଇ ଦଳ ସୁପର ୪ ରାଉଣ୍ଡରେ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ଥିତିରେ ଅଛନ୍ତି।
ଶ୍ରୀଲଙ୍କା ଠାରୁ ବିଜୟ ପରେ ଭାରତୀୟ ଦଳ ଦୁଇଟି ମ୍ୟାଚରୁ ୪ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ରହିଛି। ସେହିପରି ଟିମ୍ ଇଣ୍ଡିଆର ନେଟ୍ ରନ୍ ହାର +୨.୬୯୦ ରହିଛି |ଅନ୍ୟ ଦଳ ମାନଙ୍କ ଅପେକ୍ଷା ଭଲରେ ରହିଥିବାରୁ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି, କିନ୍ତୁ ଫାଇନାଲରେ ପ୍ରବେଶ କରିବା ପାଇଁ ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଆସନ୍ତାକାଲି ସଙ୍ଘର୍ଷ ଦେଖିବାକୁ ମିଳିବ। |ତେବେ ଏହି ଦୁଇ ଦଳ ଗୋଟିଏ ବିଜୟ ଏବଂ ଗୋଟିଏ ପରାଜୟ ସହିତ ଦୁଇଟି ମ୍ୟାଚରୁ ଦୁଇଟି ପଏଣ୍ଟ ପାଇ ଟେବୁଲର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ସେହିପରି ଯଦି ଦେଖାଯାଏ ଶ୍ରୀଲଙ୍କାର ରନ ରେଟ୍ ପାକିସ୍ତାନ ଠାରୁ ଭଲ ରହିଛି। ଶ୍ରୀଲଙ୍କାର ରନ ରେଟ -୦.୨୦୦ ରହିଥିବା ବେଳେ ପାକିସ୍ତାନର -୧.୮୯୨ ରହିଛି ତେବେ ଯଦି ଏପରି ପରିସ୍ଥିତିରେ ବର୍ଷା ମ୍ୟାଚରେ ବାଧକ ସାଜେ ତେବେ ପାକିସ୍ତାନ ପାଇଁ ଫାଇନାଲକୁ ଯିବାର ରାସ୍ତା ବନ୍ଦ୍ ହୋଇଯିବ