Asia cup 2023; ଏସିଆ କପରେ ଦ୍ଵିତୀୟ ଥର ପାଇଁ ବାଂଲାଦେଶଠୁ ହାରିଲା ଭାରତ

କଲୋମ୍ୱର ପ୍ରେମାଦାସ ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କପ ସୁପର ୪ ର ଶେଷ ମ୍ୟାଚରେ ଭାରତକୁ ୬ ରନରେ ପରାସ୍ତ କରିଛି ବିପକ୍ଷ ବାଂଲାଦେଶ। ଏହି ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ପ୍ରଥମେ ଟସ୍ ଜିତ ବୋଲିଂ ର ନିଷ୍ପତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ଦଳ ୧୦ ଓଭର୍ ଭିତରେ ତାର ୩ଟି ୱିକେଟ୍ ହରାଇ ସାରିଥିଲା। କିନ୍ତୁ ପରବର୍ତ୍ତି ମୁହୂର୍ତ୍ତରେ ଦଳର ଅଧିନାୟକ ସକିବୁଲ୍ ହସନ୍ (୮୦) ଓ ହରିଦ୍ଵେଙ୍କ (୫୪) ରନ ବଳରେ ଦଳ ୨୬୫/୮ ରନର ଲକ୍ଷ୍ୟ ଭାରତୀୟ ଦଳ ଆଗରେ ପ୍ରଦାନ କରିବାରେ ସଫଳ ହୋଇଥିଲା। ତେବେ ଏହି ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଦଳ ମାତ୍ରା ୧୭ ରନରେ ରୋହିତ ଶର୍ମା ଓ ତିଲକ ଭର୍ମାଙ୍କୁ ହରାଇ ସାରିଥିଲା। ଟିମ୍ ଇଣ୍ଡିଆ ପକ୍ଷରୁ ଗିଲ୍ (୧୨୧) ଓ ଅକ୍ଷର (୪୨) ରନକୁ ଛାଡିଦେଲେ ଆଉ କୌଣସି ବ୍ୟାଟର ବାଂଲାଦେଶୀ ବୋଲାରଙ୍କୁ ସାମ୍ନା କରିପାରିନଥିଲେ। ଫଳରେ ଭାରତୀୟ ଦଳ ୨୫୯ ରନରେ ତାର ସମସ୍ତ ୱିକେଟ୍ ହରାଇ ଦ୍ୱିତୀୟ ଥର ପାଇଁ ଏସିଆ କପରେ ବାଂଲାଦେଶ ଠାରୁ ପରାଜୟର ସମ୍ମୁଖୀନ ହୋଇଛି । ୨୦୧୨ରେ କରିଥିବା ଭୁଲକୁ ପୁଣି ଦୋହରାଇଛି ମେନ୍ ଇନ୍ ବ୍ଲୁ । ସେହିପରି ଏହି ମ୍ୟାଚରେ ସକିବୁଲ ହାସନ୍ ୮୦ ରନ ସହ ୧ ୱିକେଟ୍ ନେଇ ମ୍ୟାନ୍ ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *