Asian Games 2023 ; ଶ୍ରୀଲଙ୍କାକୁ ହରାଇ ସ୍ୱର୍ଣ୍ଣ ହାତେଇଲେ ଭାରତୀୟ ମହିଳା …

ଏସିଆନ୍ ଗେମ୍ସ ୨୦୨୩ର ମହିଳା କ୍ରିକେଟ ଇଭେଣ୍ଟର ସ୍ୱର୍ଣ୍ଣ ପଦକ ମ୍ୟାଚରେ ଭାରତୀୟ ମହିଳା ଦଳ ଶ୍ରୀଲଙ୍କା ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ମାତ୍ର ୧୧୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହାପରେ ବୋଲରଙ୍କ ଭଲ ପ୍ରଦର୍ଶନ ଆଧାରରେ ଭାରତ ଶ୍ରୀଲଙ୍କାକୁ ୨୦ ଓଭରରେ ୯୭ ରନରେ ଅଟକାଇ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛି ।18 ବର୍ଷିୟ ତିତାସ ସାଧୁ ସର୍ବାଧିକ 3 ୱିକେଟ୍ , ରାଜେଶ୍ୱରୀ ଗାଇକୱାଡଙ୍କ ୨ଟି ୱିକେଟ୍ ଏବଂ ବ୍ୟାଟିଂ ବିବାଗରେ ଜେମିମା ରୋଡ୍ରିଗେଜ୍ ୪୨ ଓ ସ୍ମୃତି ମନ୍ଧାନା ୪୬ ରନ୍ ଭାରତାୟ ମହିଳା ଦଳକୁ ପ୍ରଥମ ଥର ସ୍ବର୍ଣ୍ଣ ପଦକ ଜିତିବାରେ ସାହାର୍ଯ୍ୟ କରିଛି । ସେହିପରି 117ରନର ଲକ୍ଷ୍ୟକୁ ପିଛା କରୁଥିବା ଶ୍ରୀଲଙ୍କା ଦଳ ପକ୍ଷରୁ ଅନୁସ୍କା ସଂଜିବନି ଏବଂ ଅଧିନାୟକ ଚମିରା ଆଟାପଟୁ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ । ଅଧିନାୟକ ଆଟାପଟୁ ଦଳ ପାଇଁ ଦୃତ ଆରମ୍ଭ କରିଥିଲେ ମଧ୍ୟ ଲଙ୍କ ଦଳ 97 ରନରେ ତାର ସମସ୍ତ ୱିକେଟ ହରାଇ ରୌପ୍ୟ ପଦକରେ ଏହି ପ୍ରତିଯୋଗିତା ଶେଷ କରିଛି । ତେବେ ଭାରତୀୟ ମହିଳା ଦଳ ଏହି ଟୁର୍ଣ୍ଣାମେଣ୍ଟରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଛନ୍ତି ।