ଭାରତ ଏବଂ ଏସିଆ ମହାଦେଶର ସବୁଠୁ ଧନୀ ମହିଳା କିଏ….ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ଆମ ଦେଶରେ ଧନୀମାନଙ୍କ କଥା ପଡ଼ିଲେ ଆଖି ଆଗକୁ  ଅମ୍ବାନୀ ଓ ଆଦାନୀ ପରିବାରଙ୍କ ନାମ ଆଗକୁ ଚାଲିଆସେ।  ହେଲେ ଆମ ଦେଶର ମହିଳା ଉଦ୍ୟୋଗପତି ଧନୀ ଅଛନ୍ତି। ସେମାନେ ଅଦାନୀ ଏବଂ ଅମ୍ବାନୀଙ୍କୁ ସିଧା ଟକ୍କର ଦେଉଛନ୍ତି।  ଦେଶର ଯେତେ ମହିଳା ଉଦ୍ୟୋଗୀ ଅଛନ୍ତି, ତାଙ୍କ ମଧ୍ୟରେ ସବୁଠୁ ଧନୀ ହେଉଛନ୍ତି  ସାବିତ୍ରୀ ଜିନ୍ଦଲଙ୍କ । ସେ  ବର୍ତ୍ତମାନ ଜିନ୍ଦଲଙ୍କ ଗ୍ରୁପ୍‌କୁ ସମ୍ଭାଳୁଛନ୍ତି। ଦେଶର ଧନୀ ତ‌ାଲିକା ମଧ୍ୟରେ ୭୩ ବର୍ଷୀୟା ଏହି ମହିଳା ଉଦ୍ୟୋଗପତିଙ୍କ ନାମ ବି ରହିଛି। ମୁକେଶ ଅମ୍ବାନୀ, ଗୌତମ ଆଦାନୀ ଓ ଶିବ ନାଦରଙ୍କ ପରେ ସାବିତ୍ରୀ ଚତୁର୍ଥ  ଧନୀ ଭାବେ ତାଲିକାରେ ରହିଛନ୍ତି। ବହୁଳ ଚର୍ଚ୍ଚିତ ଫୋର୍ବସ ପତ୍ରିକା ଅନୁଯାୟୀ,  ସାବିତ୍ରୀ ଜିନ୍ଦଲ ୨୩.୯ ଆରବ ଡଲାରର ମାଲିକାଣୀ। ଭାରତର ସେ  ସବୁଠାରୁ ଧନୀ ମହିଳା।  କେବଳ ଭାରତ ନୁହେଁ, ଏସିଆ ମହାଦେଶର ସବୁଠୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ। ସ୍ୱାମୀ ଓପି ଜିନ୍ଦଲ ୨୦୦୫ ମସିହାରେ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ପରେ  ସାବିତ୍ରୀଙ୍କ କମ୍ପାନୀର ଦାୟିତ୍ୱ ନେଇଥିଲେ।  ଗତ  ୨୦୨୦ ଏପ୍ରିଲ ବେଳକୁ ତାଙ୍କ ସମ୍ପତ୍ତି ୩.୨ ବିଲିଅନ ଡଲାରକୁ ହ୍ରାସ ପାଇଥିଲା। କିନ୍ତୁ ୨୦୨୨ ଏପ୍ରିଲରେ ଏହା ୧୫.୬ ବିଲିଅନ ଡଲାରକୁ ବୃଦ୍ଧି ପାଇଥିଲା।

Leave a Reply

Your email address will not be published. Required fields are marked *