ଆସନ୍ତା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ପାଣ୍ଡ୍ୟାଙ୍କ ସ୍ଥାନରେ କିଏ ଖେଳିବ ଜାଣନ୍ତୁ…

ଦିନିକିଆ ବିଶ୍ବକପରେ ଭାରତ ଏପର୍ଯ୍ୟନ୍ତ ତାର ସମସ୍ତ ମ୍ୟାଚରେ ବିଜୟ ଲାଭ କରି ଟେବୁଲର ଶୀର୍ଷରେ ରହିଛି । ଟିମ ଇଣ୍ଡିଆ ଏହି ପ୍ରତିଯୋଗିତାରେ ମୋଟ ୫ଟି ମ୍ୟାଚ ଖେଳିଛି । ତେବେ ଏହି ୫ଟି ମ୍ୟାଚରୁ ସମସ୍ତ ମ୍ୟାଚରେ ଅଜୟ ରହିଛି ରୋହିତ ବାହିନୀ । ସେହିପରି ଟିମ ଇଣ୍ଡିଆ ୨୦ ବର୍ଷ ପରେ କୌଣଷି ଆଇସିସି ପ୍ରତିଯୋଗିତାରେ ନ୍ୟୁଜିଲ୍ୟାଣ୍ଡକୁ ହରାଇବାରେ ମଧ୍ୟ ସଫଳ ହୋଇଛି । କିନ୍ତୁ ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ – ଇଂଲଣ୍ଡ ମ୍ୟାଚରେ ମେନ୍ ଇନ୍ ବ୍ଲୁ ଇଂଲଣ୍ଡକୁ ହରାଇ ୨୦୨୨ ଟି – ୨୦ ବିଶ୍ବକପର ପ୍ରତିଶୋଧ ନେବା ପାଇଁ ଚେଷ୍ଟା କରିବ । ୫ଟି ମ୍ୟାଚ ଜିତିଥିବା ଭାରତ ପାଇଁ ଏକ ବଡ଼ ସମସ୍ୟା ହେଉଛି ହାର୍ଦ୍ଦିକ ପାଣ୍ଡ୍ୟା । ହାର୍ଦ୍ଦିକ ପାଣ୍ଡ୍ୟା ଆହତ କାରଣରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରୁ ବାଦ ପଡିଥିଲେ । କିନ୍ତୁ ଭାରତ ଏହି ମ୍ୟାଚକୁ ଜିତିନେଇଥିଲା । ପାଣ୍ଡ୍ୟାଙ୍କ ଅନୁପସ୍ଥିତରେ ନ୍ୟୁଜିଲ୍ୟାଣ୍ଡକୁ ହରାଇବା ଦଳ କିମ୍ବା ଦଳର ଅଧିନାୟକଙ୍କୁ ଚିନ୍ତାକୁ କମ୍ କରିନାହିଁ , କାରଣ ହାର୍ଦ୍ଦିକ ଜଣେ ଥ୍ରୀଡି ପ୍ଲାୟାର , ସେ ବୋଲିଂ ସହ ବ୍ୟାଟିଂ ଏବଂ କ୍ଷେତ୍ରରକ୍ଷଣରେ ମଧ୍ୟ ଦଳକୁ ଜିତାଇବାର ସାମର୍ଥ ରଖିଛନ୍ତି । ତେବେ ଏପରି ପରିସ୍ଥିତିରେ ଭାରତୀୟ ଦଳ ତାର ଆଗାମୀ ମ୍ୟାଚ ଡିଫେଣ୍ଡିଙ୍ଗ ଚମ୍ପିୟାନ ଇଂଲଣ୍ଡକୁ ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଭେଟିବାକୁ ଯାଉଛି । ଏହି ପିଚ ଧିମା ହୋଇଥିବାରୁ ଏଠାରେ ସ୍ପିନ ଏବଂ ସ୍ଲୋ ମିଡିୟମ ପେସ ବୋଲରଙ୍କୁ ସୁହାଇବ । ପୂର୍ବ ମ୍ୟାଚରେ ପାଣ୍ଡ୍ୟାଙ୍କ ସ୍ତାନରେ ସାମିଙ୍କୁ ସୁଯୋଗ ମିଳିଥିଲା ସାମି ମଧ୍ୟ ଏହି ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ମ୍ୟାନ ଅଫ ଦ ମ୍ୟାଚ ଘୋଷିତ ହୋଇଥିଲେ । ଏପରି ସ୍ଥିତିରେ ଟିମର ସନ୍ତୁଳନ ବଜାଏ ରଖିବା ପାଇଁ ରୋହିତ ସର୍ମାଙ୍କ ପାଖରେ ତିନୋଟି ବିକଳ୍ପ ରହିଛି ।

ସୂର୍ଯ୍ୟକୁମାର ଯାଦବ ନା ଇଶାନ କିଶନ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ରୋହିତଙ୍କୁ ତାଙ୍କ ଭଳି ବ୍ୟାଟ୍ସମ୍ୟାନ୍ ଓ ତାଙ୍କ ଭଳି ସ୍ୱତନ୍ତ୍ର ବୋଲରଙ୍କୁ ଖେଳେଇବାକୁ ପଡ଼ିବ। ନ୍ୟୁଜିଲାଣ୍ଡ ବିପକ୍ଷରେ ରୋହିତ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସାମିଲ କରାଇଥିଲେ ମଧ୍ୟ ସେ ଆଉ ଥରେ ନିଜର ଛାପ ଛାଡ଼ି ପାରିନଥିଲେ ଏବଂ ମାତ୍ର ୨ ରନ୍ କରି ରନ୍ ଆଉଟ୍ ହୋଇଥିଲେ। ସେପଟେ ବାମହାତୀ ବ୍ୟାଟ୍ସମ୍ୟାନ୍ ଭାବେ ଇଶାନ କିଶନ ଦଳ ପାଇଁ ଫିନିସର ଭୂମିକା ନିର୍ବାହ କରିପାରିବେ କି ନାହିଁ ତାକୁ ନେଇ କୋଚ୍ ଓ ଅଧିନାୟକଙ୍କ ମନରେ ଦ୍ୱନ୍ଦ୍ୱ ଲାଗି ରହିଛି। ଏବେ ଦେଖିବାକୁ ବାକି ରହିଲା ଏହି ଦୁଇ ଜଣଙ୍କ ମଧ୍ୟରୁ ରୋହିତ କାହାକୁ ସୁଯୋଗ ଦେବେ ।

୩ ପେସ୍ ବୋଲର ନା ୩ ସ୍ପିନର

ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଲକ୍ଷ୍ନୌରେ ଅନୁଷ୍ଠିତ ହେବ, ଯେଉଁଠାରେ ସ୍ପିନ୍ ସାହାଯ୍ୟ କରେ, କିନ୍ତୁ ଚଳିତ ବିଶ୍ୱକପ୍ ସମୟରେ ଲକ୍ଷ୍ନୌରେ ଅନୁଷ୍ଠିତ ମ୍ୟାଚ୍ଡ଼ିକରେ ଦ୍ରୁତ ବୋଲରମାନେ ମଧ୍ୟ ୱିକେଟ୍ ନେଇଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ରୋହିତଙ୍କୁ ତିନି ଜଣ ଦ୍ରୁତ ବୋଲରଙ୍କୁ ଚୂଡ଼ାନ୍ତ ଏକାଦଶରେ ରଖିବେ ନା ଲକ୍ଷ୍ନୌରେ ୩ ଜଣ ସ୍ପିନ୍ ବୋଲରଙ୍କୁ ରଖାଯିବ ସେ ସମସ୍ୟାର ସମାଧାନ କରିବାକୁ ପଡ଼ିବ।

ମହମ୍ମଦ ସାମି ନା ସିରାଜ

ଯଦି ରୋହିତ ଶର୍ମା ଲକ୍ଷ୍ନୌରେ ୩ ଜଣ ସ୍ପିନରଙ୍କୁ ସୁଯୋଗ ଦିଅନ୍ତି ତେବେ ତାଙ୍କୁ ଜଣେ ଦ୍ରୁତ ବୋଲରଙ୍କୁ ବାହାରେ ରଖିବାକୁ ପଡ଼ିବ। ରୋହିତ ଯଶପ୍ରୀତ ବୁମ୍ରାଙ୍କୁ ବାଦ୍ ଦେବେ ନାହିଁ। ସେହିପରି ମହମ୍ମଦ ସିରାଜ ଟିମ୍ ମ୍ୟାନେଜମେଣ୍ଟର ଦ୍ବିତୀୟ ପସନ୍ଦ ହୋଇଥିବା ବେଳେ ମହମ୍ମଦ ସାମି ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ୱିକେଟ୍ ନେଇ ସମସ୍ତଙ୍କ ପାଟି ବନ୍ଦ କରିଛନ୍ତି। ଏଭଳି ସ୍ଥିତିରେ ସିରାଜ ଓ ସାମିଙ୍କ ମଧ୍ୟରୁ ରୋହିତ କାହାକୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦିଅନ୍ତି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *