ସାରା ଦେଶର ଖାଉଟିଙ୍କ ଚିନ୍ତା ବଢାଉଛି ପିଆଜ , ଜାଣନ୍ତୁ ଭୁବନେଶ୍ବରରେ କ’ଣ ରହଛି ଏହାର ଦାମ୍ …

ପିଆଜ ବଜାରରେ ଲାଗିଛି ନିଆଁ । ଗତ କିଛି ଦିନି ହେବ ପିଆଜ  ଦରକୁ ନେଇ ଏବେ ସାରା ଦେଶରେ ଖାଉଟି ଚିନ୍ତାରେ ପଡ଼ିଯାଇଛନ୍ତି ।ତେବେ ଦେଶର କେତେକ ସହରରେ ପିଆଜ ଦର ୧୦୦ ଟଙ୍କା ଛୁଇଁଥିବା ବେଳେ ଆଜି ଭୁବନେଶ୍ବରରେର ପିଆଜ ଦର ୮୦ ଚଙ୍କାରେ ପହଁଚିଛି । ଏହି ମାସରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଏମିତି  ପିଆଜର ଦର ବୃଦ୍ଧି କେନ୍ଦ୍ର ସରକାରଙ୍କ ଚିନ୍ତାକୁ ବଢାଇ ଦେଇଛି  । କିନ୍ତୁ ଆଗାମୀ ମାସେ ପୂର୍ବରୁ ପିଆଜ ଦର କମିବାର ସମ୍ଭାବନା କମ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି  । ଏକ ରିପୋର୍ଟ ଅନୁସାରେ ଆସନ୍ତାଏକ ମାସ ପୂର୍ବରୁ ପିଆଜ ଦର କମିବାର ସମ୍ଭାବନା ନାହିଁ । ଏହାର କାରଣ ହେଉଛି ସରକାର ପିଆଜ ଉପରେ ଲାଗୁ ରପ୍ତାନି ଶୁଳ୍କକୁ ହଟାଇ ଦେଇଛନ୍ତି । ପୂର୍ବରୁ ପିଆଜ ରପ୍ତାନି ଉପରେ ୪୦ ପ୍ରତିଶତ ଶୁଳ୍କ ଲାଗୁଥିଲା, ଏହାକୁ ଉଠାଇ ଦିଆଯିବା ପରେ ଘରୋଇ ବଜାରରେ ବିକ୍ରି କରିବା ଅପେକ୍ଷା ବିଦେଶକୁ ରପ୍ତାନି କରିବା ଅଧିକ ଲାଭଜନକ ହେଉଛି । ଏହି କାରଣରେ ଘରୋଇ ବଜାରରେ ଦର ବଢୁଛି । ଅବଶ୍ୟ ନିକଟରେ ସରକାର ପିଆଜ ରପ୍ତାନିକୁ ନିୟନ୍ତ୍ରଣ କରିବାକୁ ସର୍ବନିମ୍ନ ରପ୍ତାନି ଦର ଧାର୍ଯ୍ୟ କରିଛନ୍ତି । କିନ୍ତୁ ଏହା ପିଆଜ ଦର କମାଇବାରେ ସେତେଟା ସହାୟକ ହୋଇନାହିଁ  ।

Leave a Reply

Your email address will not be published. Required fields are marked *