ସେମିଫାଇନାଲରେ ଯଦି ବର୍ଷା ହୁଏ ତେବେ କ’ଣ ହେବ ? ଜାଣନ୍ତୁ …
ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳ ଚଳିତ ବିଶ୍ୱକପ୍ ସେମିଫାଇନାଲ ମ୍ୟାଚ୍ ୧୫ ନଭେମ୍ବରରେ ମୁମ୍ବାଇର ୱାନଖେଡେ ଷ୍ଟାଡ଼ିୟମ୍ ନ୍ୟୁଜିଲ୍ୟାଣ୍ଡ ସହ ଖେଳିବ | ଟିମ୍ ଇଣ୍ଡିଆ ବିଶ୍ୱକପ୍ ୨୦୨୩ ରେ କ୍ରମାଗତ ୮ଟି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି | ତେବେ ରୋହିତଙ୍କ ଟିମ ନେଦରଲ୍ୟାଣ୍ଡ ବିପକ୍ଷ ଶେଷ ଲିଗ୍ ମ୍ୟାଚ୍ ହାରିଗଲେ ମଧ୍ୟ ଏହା ଟେବୁଲରେ ଭାରତର ସ୍ଥିତିକୁ କୌଣସି ପରିବର୍ତ୍ତନ କରିବ ନାହିଁ। ଟୁର୍ନାମେଣ୍ଟର ଫର୍ମାଟ୍ ଅନୁଯାୟୀ ଟେବୁଲ୍ ଟପ୍ ଦଳକୁ ସେମିଫାଇନାଲରେ ଚତୁର୍ଥ ସ୍ଥାନିତ ଦଳକୁ ସାମ୍ନା କରିବାକୁ ପଡିବ | ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ୧୭ ନଭେମ୍ବରରେ ଇଡେନ୍ ଗାର୍ଡେନ୍ସରେ ଖେଳାଯିବ । ଚତୁର୍ଥ ସ୍ଥାନ ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳ ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ | ସେହିପରି ପାକିସ୍ତାନର ବିଶ୍ବକପର ଯାତ୍ର ପାୟତଃ ସମାପ୍ତ ହୋଇଯାଇଛି । ତେବେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ନିଶ୍ଚିତ। ତେବେ ଆପଣ କଣ ଜାଣିଛନ୍ତି ଯଦି ବାସ୍ତବରେ ଏହି ମ୍ୟାଚରେ ବର୍ଷା ହୁଏ ତେବେ କଣ ହେବ ? ବର୍ଷାକୁ ନଜରରେ ରଖି ଏକ ରିଜର୍ଭ ଦିନ ରଖାଯାଇଛି। ଯଦି ବର୍ଷା ହେତୁ ରିଜର୍ଭ ଦିନରେ ମ୍ୟାଚର ଫଳାଫଳ ନ ଆସେ ଏହି ପରିସ୍ଥିତିରେ ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ଦଳ ଫାଇନାଲରେ ପହଞ୍ଚିବ। ଏହି ନିୟମ ଅନୁଯାୟୀ ଯଦି ଭାରତର ସେମିଫାଇନାଲ ମ୍ୟାଚ୍ ବର୍ଷା ଦ୍ୱାରା ନ ବି ହୁଏ, ତେବେ ଟିମ୍ ଇଣ୍ଡିଆ ଫାଇନାଲରେ ପହଂଚିଯିବ ।