ଖେଳାଳିଙ୍କ ସହ ଦର୍ଶକ ମଧ୍ୟ ରଚିଲେ ଇତିହାସ , ତେବେ ଜାଣନ୍ତୁ କ’ଣ ଏହି ରେକର୍ଡ…

ବିଶ୍ୱକପର ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରିଛି । ଏବେ ଭାରତୀୟ ଦଳ ଚଳିତ ବିଶ୍ୱକପର ଫାଇନାଲରେ ପହଞ୍ଚିଛି। ସେମିଫାଇନାଲ ମ୍ୟାଚରେ ଉଭୟ ବ୍ୟାଟିଂ ଓ ବୋଲିଂ ରେ ଭାରତୀୟ ଦଳ ଅନେକ ରେକର୍ଡ କରିଥିବା ବେଳେ ଏହି ମ୍ୟାଚରେ ଆଉ ଏକ ସ୍ୱତନ୍ତ୍ର ରେକର୍ଡ ରହିଛି, ଯାହାକୁ ନେଇ ବିଶେଷ ଚର୍ଚ୍ଚା ହେଉନାହିଁ । ତେବେ ବିସିସିଆଇ ସମ୍ପାଦକ ଜୟ ଶାହା ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ଏହି ସ୍ୱତନ୍ତ୍ର ରେକର୍ଡ ବିଷୟରେ ସୂଚନା ଦେବା ସହ ଭାରତୀୟ କ୍ରିକେଟ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବାସ୍ତବରେ ଭାରତୀୟ ଦର୍ଶକ ସେମିଫାଇନାଲ ମ୍ୟାଚ୍ ସମୟରେ ଡିଜ୍ନି ପ୍ଲସ୍ ହଟଷ୍ଟାରରେ ଲାଇଭ୍ ଷ୍ଟ୍ରିମିଂ ଦର୍ଶକ ରେକର୍ଡ କରିଛନ୍ତି। ଏହି ମ୍ୟାଚ୍ ରେ ଗୋଟିଏ ସମୟରେ ଦର୍ଶକଙ୍କ ସଂଖ୍ୟା ୫.୩ କୋଟିରେ ପହଞ୍ଚିଥିଲା, ଯାହା କ୍ରିକେଟ  ଇତିହାସରେ ପ୍ରଥମ ଥର। ଭାରତୀୟ ଦର୍ଶକଙ୍କ ଏହି ସ୍ୱତନ୍ତ୍ର ରେକର୍ଡକୁ ପ୍ରଶଂସା ଓ ଅଭିନନ୍ଦନ ଜଣାଇ ଜୟ ଶାହା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଲେଖିଛନ୍ତି ଯେ, ଇତିହାସ ପୁନଃବାର ଲେଖା ହୋଇଛି, ଏକ ନୂଆ ମାଇଲଖୁଣ୍ଟ ସୃଷ୍ଟି ହୋଇଛି । ଟିମ୍ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି, ଯାହା ଭାରତୀୟ ପ୍ରଶଂସକଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଅଟେ। ଏହି ଚମତ୍କାର ସେମିଫାଇନାଲ ମ୍ୟାଚରେ ଡିଜନି ପ୍ଲସ ହଟଷ୍ଟାରରେ ୫.୩ ନିୟୁତ ଦର୍ଶକ ଥିଲେ, ଯାହା ଏକ ନୂଆ ମାନଦଣ୍ଡ ସ୍ଥାପିତ କରିଛି । କ୍ରିକେଟ ଇତିହାସରେ ଏହା ସର୍ବାଧିକ ଦର୍ଶକ ରେକର୍ଡ। ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *