ପାକିସ୍ତାନ ଦଳର ନେତୃତ୍ୱ ପାଇବା ପରେ ଶାହିନ ଆଫ୍ରିଦି କ’ଣ କହିଲେ ଜାଣନ୍ତୁ …

ବିଶ୍ୱକପ୍ ୨୦୨୩ରେ ଖରାପ ପ୍ରଦର୍ଶନ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଓ ଦଳରେ ଅନେକ ବଡ଼ ପରିବର୍ତ୍ତନ ହୋଇଥିଲା। ପ୍ରଥମେ ବୋର୍ଡରେ ହଇଚଇ ସୃଷ୍ଟି ହୋଇଥିଲା ଏବଂ ତା’ପରେ ତିନୋଟି ଫର୍ମାଟରେ ନିୟମିତ ଅଧିନାୟକ ଥିବା ବାବର ଆଜମ ଅଧିନାୟକ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଥିଲେ। ବାବରଙ୍କ ପରେ ଶାହିନ ଶାହ ଆଫ୍ରିଦିଙ୍କୁ ଟି-୨୦ ର ଅଧିନାୟକ ଏବଂ ଶାନ୍ ମାସୁଦଙ୍କୁ ପାକିସ୍ତାନ ପକ୍ଷରୁ ଲାଲ ବଲର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଅଧିନାୟକ ହେବା ପରେ ଶାହିନ ଆଫ୍ରିଦି ବହୁତ ଉତ୍ସାହିତ ଅଛନ୍ତି ।
ଟି-୨୦ ଦଳର ଅଧିନାୟକ ଘୋଷଣା ହେବା ପରେ ଶାହିନ ଆଫ୍ରିଦିଙ୍କ ଭିତରେ ଏକ ଭିନ୍ନ ଉତ୍ସାହ ଦେଖିବାକୁ ମିଳିଛି। ଅଧିନାୟକ ହେବା ପରେ ଶାହିନ ଆଫ୍ରିଦି ଟ୍ୱିଟ୍ କରି ଲେଖିଛନ୍ତି, ଜାତୀୟ ଟି-୨୦ ଦଳର ଅଧିନାୟକ ହୋଇ ମୁଁ ଗର୍ବିତ ଓ ଉତ୍ସାହିତ। ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏବଂ ପ୍ରଶଂସକମାନଙ୍କୁ ଧନ୍ୟବାଦ। ଦଳର ମନୋବଳ ବଜାୟ ରଖିବା ଏବଂ କ୍ରିକେଟ୍ ପଡ଼ିଆରେ ଦେଶକୁ ଗର୍ବିତ କରିବା ପାଇଁ ମୁଁ ମୋର ବେଷ୍ଟ ଦେବି ।
ପାକିସ୍ତାନର ନୂଆ ଟି-୨୦ ଅଧିନାୟକ ଆହୁରି ଲେଖିଛନ୍ତି, ଆମର ସଫଳତା ଏକତା, ବିଶ୍ୱାସ ଏବଂ ନିରନ୍ତର ପ୍ରୟାସରେ ରହିଛି। ଆମେ କେବଳ ଏକ ଦଳ ନୁହଁ, ଆମେ ଏକ ଭାଇଚାରା ଏବଂ ଏକ ପରିବାର ।