ଆମେରିକାରେ ଖେଳିବେ ଭାରତ – ପାକିସ୍ତାନର ଖେଳାଳି , ଜାଣନ୍ତୁ କେବେ ହେବ ଏହି ମ୍ୟାଚ୍ …

ଭୁବନେଶ୍ବର ; କ୍ରିକେଟ ପ୍ରେମୀମାନେ ସବୁବେଳେ ଭାରତ-ପାକିସ୍ତାନ ମ୍ୟାଚ୍ କୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି। ପ୍ରଶଂସକମାନେ ଖୁବଶୀଘ୍ର ପୁଣି  ଏହି ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଆଉ ଏକ ମ୍ୟାଚ୍ ଦେଖିବାକୁ ଯାଉଛନ୍ତି। ଏହି ମ୍ୟାଚ୍ ଆମେରିକାରେ ଖେଳାଯିବ। ତେବେ ଏନେଇ ମ୍ୟାଚର ତାରିଖ ଓ ସ୍ଥାନ ଘୋଷଣା କରାଯାଇଛି। ଏହି ମ୍ୟାଚ୍ ଡିସେମ୍ବର ୨୪ ତାରିଖରେ ହ୍ୟୁଷ୍ଟନର ମୋସେସ୍ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ।

ଡିସେମ୍ବର ୧୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଆମେରିକାରେ ଆୟୋଜିତ ହେବାକୁ ଥିବା ୟୁଏସ୍ ପ୍ରିମିୟର ଲିଗ୍ ଟି-୨୦ କ୍ରିକେଟଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସଂସ୍କରଣର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ ଖେଳାଳିମାନେ ମଧ୍ୟ ମୁହାଁମୁହିଁ ହେବେ। ଏହି ଲିଗ୍ ରେ ଭାରତ ସମେତ ମୋଟ ୭ଟି ଦଳ ଭାଗ ନେଇଛନ୍ତି । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ପ୍ରିମିୟମ ନାମରେ ଭାରତୀୟ ଦଳ ଖେଳିବାର ନଜର ଆସିବ । ତେବେ ଭାରତ ପକ୍ଷରୁ ଏହି ପ୍ରତିଯୋଗିତାରେ ଦ୍ରୁତ ବୋଲର ଏସ୍ ଶ୍ରୀଶାନ୍ତ , ଅଲରାଉଣ୍ଡର ଷ୍ଟ୍ରୁଆଡ ବିନି ନଜର ଆସିବେ । ସେହିପରି ଏହି ପ୍ରତିଯୋଗିତାର ଫାଇନାଲ 31 ଡିସେମ୍ବରରେ ଖେଳାଯିବ ।

Leave a Reply

Your email address will not be published. Required fields are marked *