ମା’ମାଣିକେଶ୍ବରୀ ନାମରେ ନାମିତ ହେଲା କଳାହାଣ୍ଡି ବିଶ୍ବବିଦ୍ୟାଳୟ
ଭବାନୀପାଟଣା; ପରିର୍ତ୍ତନ ହେଲା କଲାହାଣ୍ଡି ବିଶ୍ବବିଦ୍ୟାଳୟର ନାମ । ଜିଲ୍ଲାର ଅଧିଷ୍ଠାତି ଦେବୀ ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ନାମରେ ନାମିତ ହେଲା କଳାହାଣ୍ଡି ବିଶ୍ବବିଦ୍ୟାଳୟ।ଏହା ରାଜ୍ୟର ପ୍ରଥମ ବିଶ୍ବବିଦ୍ୟାଳୟ ଯାହା କୌଣସି ଦେବୀଙ୍କ ନାମରେ ନାମିତ କରାଯାଇଛି । ଏନେଇ ଉଛଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।
ସୂଚନାଯୋଗ୍ୟ ଯେ ସମୁଦାୟ ୫୦ଟି କଲେଜକୁ ନେଇ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କର ଗତ ନଭେମ୍ବର ପହିଲା କଳାହାଣ୍ଡି ଗସ୍ତ ସମୟରେ ଏହି ବିଶ୍ୱବିଦ୍ୟାଳୟର ନାମକୁ ମା’ ମାଣିକେଶ୍ୱରୀ ଙ୍କ ନାମରେ ନାମିତ କରବା ପାଇଁ ଘୋଷଣା କରିଥିଲେ।