ଟି -୨୦ ବିଶ୍ବକପରେ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଶିବମ ଦୁବେ ଜାଣନ୍ତୁ କିପରି …

ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ଭାରତ ଜିତିସାରିବା ପରେ ଶିବମ ଦୁବେଙ୍କୁ ନେଇ ଚର୍ଚ୍ଚ ଯୋର ଧରିଛି । ଏହି ମ୍ୟାଚରେ ସିବମ ୫ ଚଉକା ଏବଂ ୨ ଛକା ସହାୟତାରେ ୬୦ ରନର ଚମତ୍କାର ପାଳି ଖେଳି ଦଳକୁ ବିଜୟ ଦେଇଥିଲେ । ସେହିପରି ବୋଲିଂରେ ମଧ୍ୟ ଗୋଟିଏ ୱିକେଟ ନେବାରେ ସଫଳ ହୋଇଥିଲେ । ତେବେ ତାଙ୍କର ଏହି ଅଲରାଉଣ୍ଡ ପ୍ରଦର୍ଶନକୁ ଦେଖି କ୍ରିଡ଼ା ବିଶେଷଜ୍ଞ ତାଙ୍କୁ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ସ୍ଥାନରେ ଖେଳିବାର ସୁଯୋଗ ଦିଆଯାଉ । ଆଫଗାନିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ଥିବା ଶିବମ୍ ଦୁବେ ଏପରି ସମୟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଯେଉଁ ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ କାରଣରୁ ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଥିବାରୁ ଆଫଗାନିସ୍ତାନ ବିପକ୍ଷ ଟି -୨୦ ସିରିଜରେ ଦ୍ରୁତ ବୋଲିଂ ଅଲରାଉଣ୍ଡର ଭାବରେ ଶିବମ ଦୁବେଙ୍କୁ ସୁଯୋଗ ମିଳିଛି। ପ୍ରଥମ ମ୍ୟାଚରେ ଉଭୟ ବ୍ୟାଟ୍ ଏବଂ ବଲ୍ ସହିତ ଶିବମ୍ ଦୁବେ ଚମତ୍କାର ପ୍ରଦର୍ଶନ କରିଥିଲେ | ଯଦି ଶିବାମ ଦୁବେ ଆଇପିଏଲରେ ଭଲ ପ୍ରଦର୍ଶନ କରନ୍ତି, ତେବେ ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ଭାବରେ ଉଭା ହୋଇପାରନ୍ତି ଏବଂ ଟି -20 ବିଶ୍ୱକପ ପାଇଁ ଏକ ପ୍ରତିଯୋଗିତା ସୃଷ୍ଟି କରିପାରନ୍ତି । ତେବେ ଏପରି କ୍ଷତ୍ରରେ ଦେଖିବାର କାଥା ରହିଲାକି , ବିସିସିଆଇ ଅନଫିଟ ପାଣ୍ଡ୍ୟାକୁ ସୁଯୋଗ ଦେଉଛି ନା ଶିବମ ଦୁବେଙ୍କୁ ।

Leave a Reply

Your email address will not be published. Required fields are marked *