ଜୁନ୍ ୧୦ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ପୁଣି କହିଲେ ପ୍ରଧାନମନ୍ତ୍ରୀ ମୋଦି…

ଖବର ସରବରାହ ସଂସ୍ଥା ଏଏନଆଇକୁ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ସରକାର ଗଠନ କରିବା ନେଇ ପୁଣି କହିଛନ୍ତି ।

ସେ କହିଛନ୍ତି ଭାରତର ପ୍ରାକୃତିକ ସମ୍ପଦରେ ସମୃଦ୍ଧ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଅନ୍ୟତମ। କିନ୍ତୁ ଏବେ ବି ଓଡ଼ିଶା ଗରିବ ରାଜ୍ୟ ଭାବେ ପରିଗଣିତ ହେଉଛି। ଗତ ୨୫ ବର୍ଷ ଭିତରେ ଏଠାରେ ଯେଉଁ ଭଳି ବିକାଶ ହେବା କଥା ତାହା ହୋଇନାହିଁ। ଓଡ଼ିଶାର ବ୍ୟବସ୍ଥାକୁ ବନ୍ଧକ ରଖାଯାଇଛି। ବନ୍ଧନରୁ ମୁକ୍ତ ହେଲେ ଓଡ଼ିଶା ହସିବ। ଓଡ଼ିଶାର ଅସ୍ମିତା ଏବେ ସଂକଟରେ। ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି।


ଓଡ଼ିଶାର ଭାଗ୍ୟ ବଦଳିବ, ସେଠାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି। ଜୁନ୍ ୪ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଏକ୍ସପାଏରି ତାରିଖ। ଜୁନ୍ ୧୦ ତାରିଖରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ବୋଲି ମୋଦି ଦୃଢକ୍ତି ପ୍ରକାଶ କରିଛନ୍ତି

ଏହା ପୂର୍ବରୁ ମୋଦି ଓଡ଼ିଶାରେ ପ୍ରଚାର କରୁଥିଲା ବେଳେ ମଧ୍ୟ ସମାନ କଥା କହିଥିଲେ ।

Leave a Reply

Your email address will not be published. Required fields are marked *