ଜୁନ ୨୬ରେ ଲୋକସଭା ବାଚସ୍ପତି ନିର୍ବାଚନ …
ଆସନ୍ତା ଜୁନ ୨୬ରେ ଲୋକସଭା ବାଚସ୍ପତି ନିର୍ବାଚନ । ୨୫ ତାରିଖ ମଧ୍ଯାହ୍ନ ସୁଦ୍ଧା ପ୍ରାର୍ଥୀଙ୍କ ନାମ ଦାଖଲ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଜୁନ ୨୪ରୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ବସିବା ସହ ଏହା ଜୁଲାଇ ୩ ଯାଏ ଚାଲିବ । ଏହି ଅଧିବେଶନରେ ନୂଆ ସାଂସଦମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ । ଜୁନ ୨୭ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଲୋକସଭା ଓ ରାଜ୍ଯସଭାର ମିଳିତ ଅଧିବେଶେନରେ ଉଦବୋଧନ ଦେବେ । ଏହା ସହ ଆସନ୍ତା ପାଞ୍ଚ ବର୍ଷ ଲାଗି ନୂଆ ସରକାରର ରୋଡମ୍ଯାପ ସମ୍ପର୍କରେ ସୂଚନା ଦିଆଯିବ । ବାଚସ୍ପତି ପଦ ଲାଗି ଯେ କୌଣସି ସଦସ୍ଯ ନିଜର ପସନ୍ଦ ମୁତାବକ ପ୍ରାର୍ଥୀଙ୍କ ନାମ ଲୋକସଭା ସେକ୍ରେଟାରୀ ଜେନେରାଲଙ୍କୁ ଦେଇପାରିବେ । ଅଧିବେଶନର ପ୍ରଥମ ଦୁଇଦନ ନୂଆ ସାଂସଦଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହାରି ମଧ୍ୟରେ ବାଚସ୍ପତି ପଦ ପାଇଁ ଜେଡିୟୁ ଓ ଟିଡିପି ମଧ୍ୟରେ ଅଙ୍କ କଷାକଷି ଜାରି ରହିଛି ।