ଆଜି ରଜପର୍ବର ଦ୍ୱିତୀୟ ଦିନ ତଥା ରଜ ସଂକ୍ରାନ୍ତି …

ଆଜି ରଜପର୍ବର ଦ୍ୱିତୀୟ ଦିନ ତଥା ରଜ ସଂକ୍ରାନ୍ତି । ଏନେଇ ନେଇ ଉତ୍ସବ ମୁଖର ହୋଇଉଠିଛି ସାରା ରାଜ୍ୟ । ଗାଁ ଠୁ ସହର, ସବୁଠି ଜମୁଛି ପିଠା, ମିଠା ଏବଂ ଦୋଳି ଖେଳର ଆସର । ପ୍ରଥମେ ସଜବାଜ, ତାପରେ ପହିଲି ରଜ ଏବଂ ଆଜି ରଜ ସଂକ୍ରାନ୍ତି । ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏହି ଗଣ ପର୍ବ ରଜ ଓଡ଼ିଶାର ପର୍ବ ପର୍ବାଣୀ ମଧ୍ୟରେ ବେଶ ଅନ୍ୟତମ । ନୂଆ ପୋଷାକ ପରିଧାନ ସହ ପିଠା, ମିଠାର ଆସର, ଅଳତା ଓ କୁଙ୍କୁମ ରଜ ପର୍ବର ଶୋଭାକୁ ଦ୍ବିଗୁଣିତ କରିଛି।

ଏହି ପର୍ବ କୃଷିଭିତ୍ତିକ ପର୍ବ ଭାବେ ମଧ୍ୟ ଜଣାଶୁଣା । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜା କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି ।

Leave a Reply

Your email address will not be published. Required fields are marked *