ମୌସୁମୀ ପ୍ରଭାବରେ ରାଜ୍ୟରେ ୫ ଦିନ ଲାଗି ରହିବ ବର୍ଷା…
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ସକ୍ରିୟ ମୌସୁମୀ ପ୍ରଭାବରେ ଜାରି ରହିଛି ବର୍ଷା। ଆହୁରି ୫ ଦିନ ଲାଗି ରହିବ ବର୍ଷା । ଏ ନେଇ ସୂଚନା ଜାରି କରିଛି ପାଣିପାଗ ବିଭାଗ।
ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ କନ୍ଧମାଳରେ ଅତି ପ୍ରବଳ ବର୍ଷା ପାଇଁ ହଳଦିଆ ସତର୍କ ସୂଚନା ଜାରି ହୋଇଥିବା ବେଳେ। ଅନୁଗୁଳ, ଢେ଼ଙ୍କାନାଳ, ନୟାଗଡ଼, କଟକ, ଗଜପତି, ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି ରହିଛି।