ଅଷ୍ଟ୍ରିଆରେ ମୋଦିଙ୍କୁ ଭବ୍ୟ ସ୍ଵାଗତ,୪୦ ବର୍ଷ ପରେ ଭାରତ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍‌ ପରେ ଏବେ ଏବେ ଅଷ୍ଟ୍ରିଆ ଗସ୍ତ କରିଛନ୍ତି। ତେବେ ଅଷ୍ଟ୍ରିଆକୁ ଦୀର୍ଘ ୪୦ ବର୍ଷ ପରେ ଏହା ଭାରତର ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ। ସେଠାରେ ଯାଇ ମୋଦୀ ଅଷ୍ଟ୍ରିଆ ଚାନ୍‌ସେଲର୍‌ଙ୍କୁ ଭେଟିଛନ୍ତି। ମୋଦୀ ସେଠାରେ ପହଞ୍ଚିବା ପରେ କହିଛନ୍ତି ଯେ ପରବର୍ତ୍ତୀ ସମୟରେ ଭାରତ ଏବଂ ଅଷ୍ଟ୍ରିଆ ମଧ୍ୟରେ ଥିବା ବନ୍ଧୁତା ଆହୁରି ଦୃଢ଼ ହେବ। ଦୁଇ ଦିନିଆ ରୁଷ୍‌ ଗସ୍ତ ପରେ ସେ ଭିଏନା ବିମାନ ବନ୍ଦରରେ ପହଞ୍ଚିବା ପରେ ଅଷ୍ଟ୍ରିଆର ବୈଦେଶିକ ମନ୍ତ୍ରୀ ଆଲେକ୍ସଜାଣ୍ଡାର୍ ଶାଲେନବର୍ଗ ମୋଦୀଙ୍କୁ ସ୍ବାଗତ କରିଥିଲେ ।

ପରେ ସେ ଭିଏନାର ରିଜ୍-କାର୍ଲଟନ୍ ହୋଟେଲରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରବାସୀ ଭାରତୀୟ ସ୍ୱାଗତ କରିଥିଲେ। ସେଠାରେ ଅଷ୍ଟ୍ରିଆର କଳାକାରମାନେ ବନ୍ଦେ ମାତରମ୍‌ର ଏକ ସ୍ୱତନ୍ତ୍ର ଉପସ୍ଥାପନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏହି ସମୟର ଭିଡିଓ ଟ୍ୱିଟ୍ କରିଛନ୍ତି। ଏଥିସହ ସେ ଲେଖିଛନ୍ତି “ଅଷ୍ଟ୍ରିଆ ଏହାର ଜୀବନ୍ତ ସଂଗୀତ ସଂସ୍କୃତି ପାଇଁ ଜଣାଶୁଣା। ‘ବନ୍ଦେ ମାତରମ୍‌’ର ଏହି ଚମତ୍କାର ପ୍ରଦର୍ଶନରେ ମୋତେ ଏହାର ଏକ ଝଲକ ଦେଖିବାକୁ ମିଳିଲା।”

Leave a Reply

Your email address will not be published. Required fields are marked *