ପରିବା ଦର ନିୟନ୍ତ୍ରଣ କରିବାକୁ ସବୁ ଜିଲ୍ଲାରେ ଖୋଲାଯିବ ପରିବା ମଣ୍ଡି

ଭୁବନେଶ୍ୱର : ଦରଦାମ୍‌ ନିୟନ୍ତ୍ରଣ ପାଇଁ କରାଯିବ ମଣ୍ଡି ବ୍ୟବସ୍ଥା। ଜିଲାରେ ଖୋଲିବ ପରିବା ମଣ୍ଡି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର  ଏପରି କହିଛନ୍ତି । କଟକ, ଭୁବନେଶ୍ୱର ସମେତ ସବୁ ଜିଲାରେ ଶୀଘ୍ର ଖୋଲିବ ପରିବା ମଣ୍ଡି । କୃଷକ ମଣ୍ଡିକୁ ଉତ୍ପାଦିତ ସାମଗ୍ରୀ ଆଣିବେ, ସେଇଠୁ ବିକ୍ରି ହେବ । ମଣ୍ଡି ହେଲେ ମିଡିଲ୍‌ ମ୍ୟାନଙ୍କ ପ୍ରାଦୁର୍ଭାବ କମିବ,ଦର ନିୟନ୍ତ୍ରଣରେ ରହିବ ବୋଲି ମନ୍ତ୍ରୀ କହିଛନ୍ତି। ଏନେଇ ଶୀଘ୍ର କୃଷି, ସମବାୟ ଓ ଖାଉଟି ବିଭାଗର ସମନ୍ୱୟ ବୈଠକ ବସିବ । ୧୩୭ରୁ ୨୦୦ ଲକ୍ଷ ଟନ୍‌ ଉତ୍ପାଦନ ନେଇ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ । ଅଧିକ ଆଳୁ, ପିଆଜ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *