ଫାଇନାଲରେ ନୀରଜ, କିନ୍ତୁ ମଉଳିଲା କିଶୋରଙ୍କ ପଦକ ଆଶା…

ନୀରଜ ଚୋପ୍ରା ଟୋକିଓ ପରି ପ୍ୟାରିସରେ ମଧ୍ୟ ସ୍ବର୍ଣ୍ଣ ପଦକର ଆଶା ଭାରତ ପାଇଁ ଉଦଜିବିତ ରଖିଛନ୍ତି ।ଫାଇନାଲକୁ ପ୍ରଵେଶ କରିବା ପାଇଁ ୮୪ ମିଟର ଭାଲା ଫିଙ୍ଗିବାର ଥିଲା। କିନ୍ତୁ ନିରଜ ନିଜର ପ୍ରଥମ ଥ୍ରୋରେ ୮୯.୩୪ ଦୂରକୁ ଭାଲା ଫିଙ୍ଗି ସିଧାସଳଖ ଫାଇନାଲରେ ପ୍ରବେଶ କରିଛନ୍ତି। ଚଳିତ ସିଜିନରେ ଏହା ହେଉଛି ନୀରଜଙ୍କ ସର୍ବୋତ୍ତମ ପ୍ରଦର୍ଶନ।ସେହିପରି ନିଜରଙ୍କ ଗ୍ରୁପରେ ଥିବା ପାକିସ୍ତାନର ପ୍ରତିଦ୍ୱନ୍ଦ୍ୱୀ ଅର୍ଶଦ ନାଦିମ ମଧ୍ୟ ପ୍ରଥମ ପ୍ରୟାସରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ୮୬.୫୯ ମିଟର ଥ୍ରୋ କରିଥିଲେ। ସେ ମଧ୍ୟ ଫାଇନାଲରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। କିନ୍ତୁ ଅନ୍ୟ ଗ୍ରୁପରେ ଥିବା ଓଡିଶାର କିଶୋର ଜେନା ଫାଇନାଲ ପାଇଁ ଯୋଗ୍ୟତା ହାସଲରୁ ବଂଚିତ ହୋଇଛନ୍ତି। କିଶୋର ନିରଜ ପ୍ରଥମ ପ୍ରାୟସରେ ୮୦. ୭୩ ମିଟର ଭାଲା ଫିଙ୍ଗିବାରେ ସଫଳ ହୋଇଥିଲେ। ଯାହା ତାଙ୍କର ଏହି ପର୍ଯ୍ୟାୟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା। ତେବେ ଫାଇନାଲରେ ମୋଟ ୧୨ ଜଣ ଖେଳାଳି ସ୍ଥାନ ପାଇବେ। ଯେହେତୁ କିଶୋରଙ୍କ ପ୍ରଦର୍ଶନ ଯୋଗ୍ୟତା ହାସଲ ପର୍ଯ୍ୟାୟ ପାଇଁ କମ ରହିଥିଲା ସେ ଫାଇନାଲରୁ ବାଦ ପଡିଛନ୍ତି।