‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵରରେ ଆୟୋଜିତ ‘ହର ଘର ତ୍ରିରଙ୍ଗା’ ରାଲିରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏକାମ୍ର ବିଧାୟକ ବାବୁ ସିଂ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, ବିଏମସି କମିଶନର ଏବଂ ମେୟର ପ୍ରମୁଖ ଯୋଗ ଦେଇଛନ୍ତି। ତେବେ ପ୍ରଥମେ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରି ତ୍ରିରଙ୍ଗା ଯାତ୍ରାରେ ବାହାରିଥିଲେ। ଏହି ଯାତ୍ରା ଲିଙ୍ଗରାଜ ମନ୍ଦିର ଠାରୁ ମୁକ୍ତେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ସୂଚନା ଅନୁଯାୟୀ,ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଚଳିତ ମାସ ୯ ରୁ ୧୫ ତାରିଖ ଯାଏଁ ରାଜ୍ୟରେ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସାଧାରଣ ଲୋକଙ୍କୁ ଏଥିରେ ଯୋଡ଼ି ହେବା ପାଈଁ ଆହ୍ଵାନ ଦିଆଯାଇଛି।