ପୁଣି ରାସନକାର୍ଡଧାରୀଙ୍କୁ ଚାଉଳ ସହ ଗହମ ମିଳିବ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ଵର: ଏଣିକି ରାସନକାର୍ଡ ହିତାଧିକାରୀଙ୍କୁ ମିଲିବ ଚାଉଳ ସହ ଗହମ। ରାସନକାର୍ଡରେ ଚାଉଳ ସହ ଗହମ ମିଳିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଯେତିକି ଚାଉଳ ମିଳୁଛି ତାର ୨୦ ପ୍ରତିଶତ ଗହମ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ପୂର୍ବରୁ ଲୋକଙ୍କ ଗହମ ଚାହିଦାକୁ ଦୃଷ୍ଟିରେ ରଖି ଏଭଳି ଦାବି କରାଯାଇଥିଲା ଏହା ଛଡା ମନ୍ତ୍ରୀ କହିଛନ୍ତି ବିଜେଡ଼ି ସରକାର ଗହମକୁ ବନ୍ଦ କରି କେବଳ ଚାଉଳ ଯୋଗାଉଥିଲେ। ତେବେ ପୁଣି ଥରେ ପୂର୍ବଭଳି ଚାଉଳ ସହ ଗହମ ଲୋକଙ୍କୁ ଦିଆଯିବ।