ଦୁଇ ବର୍ଷରେ ୫୦,୦୦୦ ନୁହେଁ, ୨୦,୦୦୦ ଟଙ୍କା ପାଇବେ ମା,ଭଉଣୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ସୁଭଦ୍ରା ଯୋଜନାର ମାର୍ଗଦର୍ଶିକା ଘୋଷଣା କରିଛନ୍ତି  । ଏନେଇ ଗତ କାଲି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା l ଏହି ଯୋଜନାରେ ଦୁଇ କିସ୍ତିରେ ଟଙ୍କା ମିଳିବ । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ଏହି ଟଙ୍କା ପ୍ରଦାନ କରାଯିବ  । ପ୍ରତି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ମିଳିବ  । ତେଣୁ ଦୁଇବର୍ଷରେ ୫୦,୦୦୦ ଟଙ୍କା ପରିବର୍ତ୍ତେ ରାଜ୍ୟର ମହିଳା ମାନେ ଦୁଇ ବର୍ଷ ରେ ମାତ୍ର ୨୦,୦୦୦ ଟଙ୍କା ପାଇବେ l ତେଣୁ ଘୋଷଣା ଅନୁଯାୟୀ ୩୦,୦୦୦ ଟଙ୍କା ଦୁଇ ବର୍ଷରେ ଓଡ଼ିଆ ମା ଓ ଭଉଣୀ ମାନେ ହରାଇବେ l ୨୧ରୁ ୬୦ ବର୍ଷର ମହିଳାଙ୍କୁ ଏହି ଟଙ୍କା ମିଳିବ  ।
ସୂଚନାଯୋଗ୍ୟଯେ, ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଦେବା ପାଇଁ ଘୋଷଣା କରାଯାଇଥିଲା  । ଦୁଇବର୍ଷରେ ମହିଳାଙ୍କୁ ଏହି ଟଙ୍କା ମିଳିଥା’ନ୍ତା  । ତେବେ ଗୋଟିଏ କିସ୍ତିରେ ୫ ହଜାର ଟଙ୍କା ମିଳିଲେ ଦୁଇଟି କିସ୍ତିରେ ବର୍ଷକୁ ୧୦ ହଜାର ଟଙ୍କା ମିଳିବ  । ଡିବିଟି ମାଧ୍ୟମରେ ଏହି ଟଙ୍କା ମିଳିବ  । ୧ କୋଟି ମହିଳାଙ୍କୁ ଏହି ଅର୍ଥ ପ୍ରଦାନ କରାଯିବ  । ଚଳିତ ବର୍ଷ ବଜେଟରେ ଏଥିପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯିବ ବୋଲି ଜଣା ପଡିଛି l ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଧାନସଭାରେ କହିଥିଲେଯେ, ୨୦୨୪-୨୫ରୁ ଆରମ୍ଭ ହୋଇ ୨୦୨୮-୨୯ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ  । ଏଥିପାଇଁ ୫୫୮୨୫ କୋଟି ଟଙ୍କା ଖର୍ଚ୍ଚ ହେବ  । ରାକ୍ଷୀ ପୂର୍ଣ୍ଣିମା ଓ ମାର୍ଚ୍ଚ ୮ ମହିଳା ଦିବସରେ ୫ ହଜାର ଟଙ୍କା ପ୍ରଦାନ କରାଯିବ  । ୫ ବର୍ଷରେ ୫୦ ହଜାର ଟଙ୍କା ମିଳିବ  । ସେହିପରି ସୁଭଦ୍ରା ଡେବିଟ୍ କାର୍ଡ଼ ମଧ୍ୟ ପ୍ରଦାନ କରାଯିବ  । ସରକାରୀ ଯୋଜନାରେ ମାସିକ ୧୫ ଶହ ଟଙ୍କା କିମ୍ବା ବାର୍ଷିକ ୧୮ ହଜାର ଟଙ୍କା ବା ତଦ୍ଦୁଦ୍ଧ୍ୱର୍ ସହାୟତା ରାଶି ପାଉଥିବା ମହିଳାମାନେ ଏହି ଯୋଜନାରେ ସାମିଲ ହେବେନାହିଁ  । ଅଙ୍ଗନବାଡ଼ି କେନ୍ଦ୍ର, ବ୍ଳକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଆଦିରେ ମାଗଣାରେ ଫର୍ମ ଉପଲବ୍ଧ ହେବ  ।

Leave a Reply

Your email address will not be published. Required fields are marked *