ଅବସର ନେଇଯିବେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହୱାଲ …

ନୂଆଦିଲ୍ଲୀ: ୨୦୧୨ ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟିନୀ ପ୍ରଥମ ଭାରତୀୟ ବ୍ୟାଡ୍ମିଣ୍ଟନ୍ ତାରକା ସାଇନା ନେହୱାଲ ଚଳିତ ବର୍ଷ ଶେଷ ସୁଦ୍ଧା ଅବସର ଘୋଷଣା କରିପାରନ୍ତି। ଏବେ ସେ ଆର୍ଥ୍ରାଇଟିସ୍ ରୋଗରେ ପୀଡ଼ିତ ଥିବାରୁ ଭବିଷ୍ୟତ ସଂକ୍ରାନ୍ତରେ ଖୁବ୍ଶୀଘ୍ର ନିଷ୍ପତ୍ତି ନେବେ ବୋଲି ଚିନ୍ତା କରୁଥିବା ସୂଚନା ଦେଇଛନ୍ତି। ଗଗନ ନାରଙ୍ଗଙ୍କ ସହିତ ଆଲୋଚନ ବେଳେ ସାଇନା କହିଛନ୍ତି ସେ ଆଣ୍ଠୁଗଣ୍ଠି ରୋଗରେ ପୀଡିତ ଅଛନ୍ତି। ଯାହା ପାଇଁ ତାଙ୍କ ଅଭ୍ୟାସରେ ବାଧା ଉପୁଜୁଛି। ଅଲିମ୍ପିକ୍ସର ତିନୋଟି ସଂସ୍କରଣରେ ଭାଗ ନେଇସାରିଥିବା ସାଇନା ଗତ କିଛି ବର୍ଷ ହେବ ଆହତ ଜନିତ ସମସ୍ୟାରେ ପଡ଼ିଛନ୍ତି। ସେ କହିଛନ୍ତି, ତାଙ୍କ ଆଣ୍ଠୁ ଭଲ ନାହିଁ। ମୋତେ ଆର୍ଥ୍ରାଇଟିସ୍ ହୋଇଛି। ତେଣୁ ଦିନକୁ ୮ରୁ ୯ ଘଣ୍ଟା ପର୍ଯ୍ୟନ୍ତ ଅଭ୍ୟାସ କରିବା ଆଉ ସମ୍ଭବ ହେଉନି। ଏଭଳି ସ୍ଥିତିରେ ବିଶ୍ବର ଶ୍ରେଷ୍ଠ ଖେଳାଳିଙ୍କୁ ଚ୍ୟାଲେଞ୍ଜ ଦେବା ସମ୍ଭବ ହେବନି। ଏବେ ପାଖାପାଖି ଦୁଇ ଘଣ୍ଟା ପର୍ଯ୍ୟନ୍ତ ଅଭ୍ୟାସ କରିବା କଷ୍ଟକର ହୋଇଯାଉଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସାଇନା।