ଜାଡେଜା ଓ ଅଶ୍ୱିନଙ୍କ ଚମତ୍କାର ବ୍ୟାଟିଂ, ଦ୍ବିତୀୟ ପାଳିରେ ୩ ୱିକେଟ୍ ହରାଇ ଭାରତ ୩୦୮ ରନ ଆଗରେ

ଚେନ୍ନାଇ; ଏମ୍ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ – ବାଂଲାଦେଶ ପ୍ରଥମ ମ୍ୟାଚର ଦ୍ବିତୀୟ ଦିନରେ ଟିମ୍ ଇଣ୍ଡିଆ ୩୦୮ ରନରେ ଆଗରେ ରହିଛି। ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲା । ଆଉ ଭାରତକୁ ୩୭୬ ରନରେ ରୋକିବାରେ ସଫଳ ହୋଇଥିଲା। ପ୍ରଥମ ପାଳିରେ ଆର୍ ଅଶ୍ୱନିଙ୍କ ୧୧୩ ରନ ଓ ଜାଡେଜାଙ୍କ ୮୬ ରନ ଭାରତକୁ ମଜବୁତ୍ ସ୍ଥିତିରେ ରଖିଥିଲା। ସେହିପରି ବାଂଲାଦେଶକୁ ତାର ପ୍ରଥମ ପାଳିରେ ୧୪୯ ରନରେ ରୋକି ଭାରତ ଏକ ବଡ ଲିଡ ନିଜ ନାମରେ କରିଥିଲା। ଦ୍ବିତୀୟ ଦିନର ଶେଷ ସୁଦ୍ଧା ଭାରତ ତାର ସେକେଣ୍ଡ ପାଳିରେ ୮୧ ରନରେ ରୋହିତ, ଜୟସ୍ୱଲ୍ ଓ କୋହଲିଙ୍କ ସମେତ ୩ ୱିକେଟ ହରାଇ ୩୦୮ ରନରେ ଆଗୁଆ ରହିଛି। ପ୍ରଥମ ପାଳିରେ ବୁମରା ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ଜାଡେଜା, ସିରାଜ୍ ଓ ଆକାଶ ଦୀପ ୨ ଲେଖାଏଁ ୱିକେଟ ନେଇଛନ୍ତି ।

Leave a Reply

Your email address will not be published. Required fields are marked *