IND vs NZ : ନ୍ୟୁଜିଲାଣ୍ଡ ଆଗରେ ୧୦୭ ରନ୍, ଭାରତକୁ ଦରକାର ୧୦ ୱିକେଟ
ବାଙ୍ଗାଲୋର; ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ବେଙ୍ଗଲୁରୁରେ ଖେଳା ଯାଉଛି। ଆଜି ଏହି ମ୍ୟାଚର ଚତୁର୍ଥ ଦିନ | ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ଆଗରେ ୧୦୭ ରନର ଲକ୍ଷ୍ୟ ଦେଇଛି | ଟାର୍ଗେଟକୁ ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ଦଳ ଚତୁର୍ଥ ଦିନରେ ଷ୍ଟମ୍ପ ପର୍ଯ୍ୟନ୍ତ କୌଣସି ୱିକେଟ ନହରାଇ ଖାତା ଖୋଲି ନାହିଁ । ଖରାପ ପାଗ ପାଇଁ ଆଜି ଦିନର ମ୍ୟାଚକୁ ସ୍ଥଗିତ ରଖାଯାଇଛି। ବିଜୟ ପାଇଁ ନ୍ୟୁଜିଲାଣ୍ଡ ୧୦୭ ରନ ପଛରେ ଥିବାବେଳେ ଭାରତକୁ ୧୦ ୱିକେଟ୍ ଦରକାର |
ସୂଚନାଯୋଗ୍ୟ, ଭାରତ ଦ୍ୱିତୀୟ ଇନିଂସରେ ୪୬୨ ରନ୍ ସଂଗ୍ରହ କରିଛି। ଗୋଟେ ସମୟରେ ଭାରତୀୟ ଦଳର ସ୍କୋର ତିନି ୱିକେଟରେ ୪୦୮ ରନ୍ ଥିଲା, କିନ୍ତୁ ସରଫରାଜ ଖାନଙ୍କ ଓ ରିଶବ ପନ୍ଥ ଆଉଟ୍ ହେବା ପରେ ୱିକେଟ୍ କ୍ରମାଗତ ଭାବେ ହ୍ରାସ ପାଇଥିଲା। ମାତ୍ର ୫୪ ରନରେ ଭାରତ ତାର ସାତୋଟି ୱିକେଟ୍ ହରାଇଥିଲା।
ଭାରତର ପ୍ରଥମ ଇନିଂସ ରେ ମାତ୍ରା ୪୬ ରନ କରିଥିଲା । ସେହିପରି ନ୍ୟୁଜିଲ୍ୟାଣ୍ଡ ୪୦୨ ରନ କରିବାରେ ସଫଳ ହୋଇଥିଲା। ଯାହା ଫଳରେ ନ୍ୟୁଜିଲାଣ୍ଡ ଦଳ ୩୫୬ ରନର ଅଗ୍ରଣୀ ପାଇଥିଲା | ତେବେ ଭାରତ ପକ୍ଷରୁ ଦ୍ଵିତୀୟ ପାଳିରେ ସରଫରାଜ ଖାନ ସର୍ବାଧିକ ୧୫୦ ରନ କରିଥିବା ବେଳେ ୱିକେଟ କିପର ବ୍ୟାଟର ରିଶବ ପନ୍ଥ ୯୯ ରନ୍ କରି ଦଳକୁ ୧୦୭ ରନର ଲିଡ ଦେଇଛନ୍ତି।