ଆଜି ଭିସ୍ତାରାର ଶେଷ ଦିନ, ଆସନ୍ତାକାଲିଠୁ ଏୟାର ଇଣ୍ଡିଆ ନାମରେ ଭରିବ ଉଡାଣ
ନୂଆଦିଲ୍ଲୀ: ଆଜି ଠାରୁ ଶେଷ ହେବେ ଭିସ୍ତାରା ଏୟାରଲାଇନର ଇଣ୍ଡିଆ ଗ୍ରୁପ ସହିତ ମିଶ୍ରଣ ପ୍ରକ୍ରିୟା। ମଙ୍ଗଳବାରଠାରୁ ଏହି ଏୟାରଲାଇନ ଏୟାର ଇଣ୍ଡିଆ ନାମରେ ଉଡାଣ ଭରିବ। ଏହି ବିଲୟ ସହିତ ଭାରତୀୟ ବିମାନସେବା ବ୍ୟବସାୟରେ ପୂର୍ଣ୍ଣ ସେବା ପ୍ରଦାନକାରୀ ବିମାନ ସଂଖ୍ୟା ହ୍ରାସ ପାଇ କେବଳ ଗୋଟିଏ ରହିବ। ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟମରେ ଭିସ୍ତାରା ପରିଚାଳିତ ହେଉଥିଲା। ବର୍ତ୍ତମାନ ଏୟାର ଇଣ୍ଡିଆ ସହିତ ମିଶ୍ରଣ ପରେ ମଧ୍ୟ ସିଙ୍ଗାପୁର ଏୟାରଲାଇନ୍ସର ୨୫.୧ ପ୍ରତିଶତ ଭାଗିଦାରୀ ରହିବ। ସେହିପରି ବିସ୍ତାରାରେ ମିଳୁଥିବା ଅନୁଭୁତି ପରିବର୍ତ୍ତନ ହେବ ନାହିଁ ବୋଲି ଗ୍ରୁପ ପକ୍ଷରୁ ନିଶ୍ଚିତ କରାଯାଇଛି।