ନେପାଳ ନିର୍ବାଚନ : ଆମ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ

କାଠମାଣ୍ଡୁ :(ବିଜୟ ସାହୁ )-ବିଗତ 25 ବର୍ଷ ଧରି ନେପାଳ ସମାଜ ବହୁ ଘଟଣା ଦ୍ଵାରା ଉଥଲ ପୁଥଲ ହେଇ ଚାଲିଛି । (1996-2006 ) ମାଓବାଦୀ ବିଦ୍ରୋହ, 2001ର ନେପାଳ ରାଜ ପ୍ରାସାଦ ଗଣ ସଂହାର ଏବଂ 2015 ରେ ରାଜା ଜ୍ଞାନେନ୍ଦ୍ରଙ୍କ ରାଜପାଲେସ କ୍ୟୁପ ଏହା ମଧ୍ୟରେ ଅନ୍ତର୍ଭୁକ୍ତ । ପ୍ରତ୍ୟେକ ଘଟଣା ନାଗରିକ ସମାଜ ଓ ସରକାରମାନଙ୍କ ଭିତରେ ଅସ୍ଥିରତା ସୃଷ୍ଟି କରିଛି ଓ କୂଟନୈତିକ ସମ୍ପର୍କ ନିଷ୍ପତ୍ତି କ୍ଷେତ୍ରରେ ଦୁର୍ବଳତା ସୃଷ୍ଟି କରିଛି ।
ଗତ ସେପ୍ଟେମ୍ବର 8-9 ର Zen-Z ବିଦ୍ରୋହ ଏହି ସବୁ ଘଟଣାର ଚୂଡାନ୍ତ ପର୍ଯ୍ୟାୟ ଥିଲା ।
ସେପ୍ଟେମ୍ବର 8 ତାରିଖରେ ତରୁଣ-ସାବାଳକ ଇଣ୍ଟରନେଟ ପ୍ରତିବନ୍ଧ ହଟେଇବା ଓ ନିର୍ମଳ ପ୍ରଶାସନ ପ୍ରଦାନ କରିବା ଦାବିରେ ଏକ ବିକ୍ଷୋଭ ଡାକରା ଦେଇଥିଲେ । ଏହି ଶାନ୍ତିପୂର୍ଣ୍ଣ ବିକ୍ଷୋଭରେ ହଜାର ହଜାର ସଂଖ୍ୟାରେ ବରିଷ୍ଠ ଅନୁପ୍ରବେଶକାରୀ ପ୍ରବେଶ କରି ସେମାନଙ୍କୁ ପାର୍ଲିଆମେଣ୍ଟ ଅଭିମୁଖୀ କଲେ । ପାର୍ଲିଆମେଣ୍ଟ ସୁରକ୍ଷା ବାହିନୀ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସର ଏକ ସ୍ପେଶାଲ ଟାସ୍କ ଫୋର୍ସ ଗୁଳି ଚାଳନା କରିବାରୁ 19 ଜଣ ସେଠାରେ ମୃତ୍ୟୁ ବରଣ କଲେ । ପ୍ରଧାନମନ୍ତ୍ରୀ କେ ପି ଓଲି ଏଥିପାଇଁ ଯଦି ନୈତିକଦାୟିତ୍ୱ ନେଇ ଇସ୍ତଫା ଦେଇଥାନ୍ତେ ତାହେଲେ ସମ୍ଭବତଃ ସଂସଦୀୟ ପ୍ରକ୍ରିୟା ଚାଲୁ ରହି ପାରିଥାନ୍ତା । କିନ୍ତୁ ଏହା ନ କରିବାରୁ ପରଦିନ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା ।
ସମଗ୍ର ଦେଶରେ ପୂର୍ଵ ପରିକଳ୍ପିତ ଅଗ୍ନିକାଣ୍ଡ କାଣ୍ଡ ଓ ହିଂସାକାଣ୍ଡ ଆରମ୍ଭ ହେଇଗଲା । ଜେଲ ଭାଙ୍ଗିବା,କୋର୍ଟ ରେକର୍ଡ ନଷ୍ଟ କରିବା,ସରକାରୀ ଅନୁଷ୍ଠାନ ଗୁଡିକରେ ନିଆଁ ଲଗେଇବା ଇତ୍ୟାଦି ଚାଲିଲା । ପାର୍ଲିଆମେଣ୍ଟ, ସଚିବାଳୟ ଓ ସୁପ୍ରିମକୋର୍ଟ ମଧ୍ୟ ପାଉଁଶରେ ପରିଣତ ହେଲା । ବିଦ୍ରୋହକାରୀ ସ୍ଥାନୀୟ ରାଜସ୍ୱ ଅଫିସ, ଟ୍ରେଜେରୀ,  ନେତାଙ୍କ ବାସଭବନ, ବ୍ୟବସାୟ ପ୍ରତିଷ୍ଠାନରେ ନିଆଁ ଲଗେଇ ଦେଲେ ।ଏଭଳି ବ୍ୟାପକ ସ୍ତରର ଘଟଣା ଅତୀତରେ କେବେ ପରିଦୃଶ୍ୟ ହେଇ ନଥିଲା ।
ଶେଷରେ ବାଧ୍ୟ ହେଇ ନେପାଳ ପ୍ରଧାନମନ୍ତ୍ରୀ ଇସ୍ତଫା ଦେଲେ ଓ ଡିସେମ୍ବର 10 ତାରିଖରେ ଏକ ଦଶ ସୁତ୍ରୀ ସଂସ୍କାର ଚୁକ୍ତିନାମା ନୂଆ ନେତା ଓ କାମଚଳା ସରକାରଙ୍କ ମଧ୍ୟରେ ସ୍ବାକ୍ଷର ହେଲା ।
ଏହି ସଂସ୍କାର ମଧ୍ୟରେ ନିର୍ବାଚନ ସଂସ୍କାର, ସାମ୍ବିଧାନିକ ସଂସ୍କାର ଓ ଭ୍ରଷ୍ଟାଚାର ସଂସ୍କାର ସଂକ୍ରାନ୍ତ ଦାବି ଥିଲା ।
ପ୍ରଧାନମନ୍ତ୍ରୀ ଇସ୍ତଫା ଦେବାପରେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡାଲ  ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଲା କାର୍କୀଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତି ଦେଇଥିଲେ । ନୂଆ ନିର୍ବାଚନ ପରେ ସମ୍ବିଧାନ ପୁନଃରୁଦ୍ଧାର ପାଇଁ ଚୁକ୍ତିନାମା ହେଇଥିଲା ।

ଆଜି ନେପାଳରେ ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ନିର୍ବାଚନ ଚାଲିଛି । ନେପାଳର ପ୍ରାୟ 3 କୋଟି ନାଗରିକ ଙ୍କ ମଧ୍ୟରୁ 1କୋଟି 90 ଲକ୍ଷ ଭୋଟର ଭୋଟଦାନ କରିବେ । ଏହା 275 ଆସନ ବିଶିଷ୍ଟ ନିମ୍ନ ସଂସଦ
ପାଇଁ ଅନୁଷ୍ଠିତ ହେଉଛି । ଏହା ଦୁଇ ପ୍ରକାର ପଦ୍ଧତିରେ ଅନୁଷ୍ଠିତ ହେଉଛି ।
165 ଟି ଆସନ ସିଧାସଳଖ ନିର୍ବାଚନ ଦ୍ଵାରା ପୂରଣ ହେବ ଓ ଅବଶିଷ୍ଟ 110ଟି ଆସନ Proportional Representation System ଦ୍ଵାରା ପୂରଣ ହେବ ।
ନିର୍ବାଚନ କମିଶନ ଙ୍କ ଅନୁଯାୟୀ 65 ଟି ଦଳର 3406 ଜଣ ପ୍ରାର୍ଥୀ 165 ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି ଓ  3135 ପ୍ରାର୍ଥୀ 110 ପରୋକ୍ଷ ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି ।
ଅନେକଗୁଡିଏ ମୁଖ୍ୟ ରାଜନୈତିକ ଦଳ ଓ ନେତା ଏହି ନିର୍ବାଚନରେ ଅବତୀର୍ଣ୍ଣ ହେଇଛନ୍ତି ଓ ଭବିଷ୍ୟତ ସରକାର ଗଠନରେ ଦାବୀଦାର ଅଛନ୍ତି ।
ପୂର୍ବତନ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ଙ୍କ ନେତୃତ୍ବରେ CPN -UML ପୁଣି କ୍ଷମତାକୁ ଫେରିବା ଆଶା ରଖିଛନ୍ତି ।
ଅନ୍ୟ ପକ୍ଷରେ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି  ମଧ୍ୟ ଗତ ଆନ୍ଦୋଳନ ବେଳର ଇସ୍ୟୁ ଗୁଡିକୁ ନେଇ ଜୋରଦାର ଲଢ଼ୁଛି ।
ଏହାର ନେତୃତ୍ୱରେ ଅଛନ୍ତି ରବି
ଲାମିଚେନା ଓ ବଳେନ୍ଦ୍ର ସାହା ।
ନେପାଳ କଂଗ୍ରେସ ଯୁବ ନେତା ଗଗନ ଥାପା ଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରି ନିର୍ବାଚନ ଲଢ଼ୁଛି । ଅନ୍ୟତମ ପାରମ୍ପରିକ ପାର୍ଟି ହେଉଛି ପୁଷ୍ପ କମଲ ଦହାଲ ଅର୍ଥାତ ପ୍ରଚଣ୍ଡ ଙ୍କ କମ୍ୟୁନିଷ୍ଟ ପାର୍ଟି ।

ନେପାଳ ଏହି ଦୁଇ ପ୍ରକାର ନିର୍ବାଚନ ପ୍ରକ୍ରିୟା ଗ୍ରହଣର କାରଣ ହେଉଛି ଛୋଟ ଛୋଟ ପାର୍ଟିଙ୍କୁ ସ୍ଥାନୀୟ ଓ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ ପ୍ରଦାନ କରିବା ପାଇଁ । ଏହା ଦ୍ଵାରା ଗୋଟିଏ ଦଳର ପ୍ରାଧାନ୍ୟକୁ ରୋକିବା ଉଦେଶ୍ୟ ରହିଛି ।
ଯଦିଓ ଆଜି ଅପରାହ୍ନ 5ଟା ସୁଦ୍ଧା ଭୋଟ ଶେଷ ପରେ ଗଣତି ଆରମ୍ଭ ହେଇଯିବ , ତଥାପି ଫଳାଫଳ ଘୋଷଣା ଦୁଇ/ତିନି ଦିନ ଲାଗି ପରେ । ପ୍ରତ୍ୟକ୍ଷ ଆସନର ଭୋଟ ଗଣତି 24 ଘଣ୍ଟାରେ ଶେଷ ହେଇଯିବ । କିନ୍ତୁ ପରୋକ୍ଷ ଆସନ ଯୋଗୁଁ ପୂର୍ଣ୍ଣାଙ୍ଗ ଫଳାଫଳ ବିଳମ୍ବିତ ହେଇପାରେ ।

Leave a Reply

Your email address will not be published. Required fields are marked *