Activist Arrested ଲିଙ୍ଗରାଜ ଆଜାଦ ଓ ସୁରେଶ ଗିରଫ
ଭୁବନେଶ୍ୱର :(ଭୁବନେଶ୍ୱର)-ନିୟମଗିରି ସୁରକ୍ଷା ସମିତି ଓ ମା ମାଟି ମାଳି ସୁରକ୍ଷା ମଞ୍ଚର ଉପଦେଷ୍ଟା ତଥା ସମାଜବାଦୀ ଜନ ପରିଷଦର ସଭାପତି ଲିଙ୍ଗରାଜ ଆଜାଦ୍ ଏବଂ ଜନ ଆନ୍ଦୋଳନ ମାନଙ୍କୁ ସଂହତି ଜଣାଉଥିବା ସମାଜବାଦୀ ଜନ ପରିଷଦର ଅନ୍ୟତମ ନେତା ସୁରେଶ ସଂଗ୍ରାମଙ୍କୁ ଏକ ମିଥ୍ୟା ମକଦ୍ଦମାରେ ଗିରଫ୍ କରାଯାଇଛି । ବେଦାନ୍ତ ବିରୋଧୀ ଆନ୍ଦୋଳନକୁ ଦମନ କରିବା ପାଇଁ ସେମାନଙ୍କୁ କମ୍ପାନୀ ଦଲାଲ୍ ଓ ଜିଲ୍ଲା ପ୍ରଶାସନର ମିଳିତ ଚକ୍ରାନ୍ତରେ କର୍ଲାପାଟ ଥାନା କେଶ୍ ନଂ ୩୩/୨୦୨୫ ଭାରତୀୟ ନାଗରିକ ସଂହିତା (ବି.ଏନ୍.ଏସ୍) ଧାରା ୧୧୫(୨), ୧୦୯(୧), ୩୧୦(୨), ୩୫୧(୩), ୧୯୧(୨) ୧୯୧(୩) ଓ ୧୯୦ ଅନୁଯାୟୀ ଗିରଫ୍ କରାଯାଇଥିବା ଜଣାଯାଇଛି।
ଜନ ଆନ୍ଦୋଳନ ଉପରେ ରାଷ୍ଟ୍ର ଦମନ ବନ୍ଦ କରିବାକୁ ଦାବି କରିବା ସହିତ ସେମାନଙ୍କୁ ନିଃସର୍ତ୍ତ ଖଲାସ୍ କରିବା ପାଇଁ ଦାବି କରା ଯାଇଛି l
