ବିଜେପିରେ ଯୋଗ ଦେଲେ ଏହି ବିଜେଡ଼ି ବରିଷ୍ଠ ନେତା ଜାଣନ୍ତୁ କିଏ …

ବିଜେପିରେ ମିଶିଲେ ଚାନ୍ଦବାଲି ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ଅଜୟ ନାୟକ। ଆଜି ସେ ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହୋଇଛନ୍ତି। ବିଧାୟକ ବ୍ୟୋମକେଶଙ୍କୁ ମାମୁଁ ହେଉଛନ୍ତି ଅଜୟ ନାୟକ। ସେ ବ୍ୟୋମକେଶଙ୍କ ଟିକେଟକୁ ବିରୋଧ କରୁଥିବା କୁହାଯାଉଥିଲା। ବିଜେପି ନେତା ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି ଏହି ମିଶ୍ରଣ ପର୍ବରେ ଅନ୍ୟ ମାନଙ୍କ ମଧ୍ୟରେ ଭଦ୍ରକ ବିଜେପି ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଧାମନଗର ବିଧାନସଭା ପ୍ରାର୍ଥୀ ସୂର୍ଯ୍ୟବଂଶୀ…

Read More

୧୫ ତାରିଖ ଭିତରେ ଘୋଷଣ ହୋଇପାରେ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଟିକେଟ…

ସାଧାରଣ ନିର୍ବାଚନ ଯେଉଁ ଯେଉଁ ପାଖେଇ ଆସୁଛି ପ୍ରମୁଖ ଦଳ ମାନେ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିବାରେ ଲାଗିଛନ୍ତି । ସେହିପରି ଏହି ଦିଗରେ ବିଜେପି ବିଜେଡି ଆଗୁଆ ଥିବା ବେଳେ କଂଗ୍ରେସ ରହିଯାଇଛି ଟିକେ ପଛରେ । ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଆସନ୍ତା ୧୫ ତାରିଖ ସୁଦ୍ଧା କଂଗ୍ରେସର ଦ୍ୱିତୀୟ ପର୍ଯ୍ୟୟ ଟିକେଟ ଆସିବାର ସମ୍ଭାବନା ରହିଛି। ଶନିବାର ସ୍କ୍ରିନି ବୈଠକ ଓ ରବିବାର ସିଇସି ବୈଠକ ବସିବ।…

Read More

ପଦ୍ମ ଛାଡି ଶଙ୍ଖ ଧରିଲେ ବଲାଙ୍ଗୀର ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ…

ଭୁବନେଶ୍ଵର;ବିଜେଡ଼ିରେ ଯୋଗଦେଲେ ବଲାଙ୍ଗୀର ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ । ସେ ଦୀର୍ଘ ୩୬ ବର୍ଷ ଧରି ବିଜେପିରେ ରହିଥିଲେ ।  ପୁର୍ବରୁ ସେ ବଲାଙ୍ଗୀର ଜିଲ୍ଲାର ସଭାପତି ଓ ବିଜେପିର ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ରହିଥିଲେ ।  ଭାଜପା ଦଳ ତାଙ୍କୁ ଅଣ ଦେଖା କରିଥିବାରୁ ସେ ଆଜି ବିଜେଡ଼ିରେ ଯୋଗଦାନ କରିଛନ୍ତି ।ଭୁବନେଶ୍ବର ସ୍ଥିତ ବିଜେଡିର ମୁଖ୍ୟ କାର୍ଯ୍ୟାଳୟ  ଶଙ୍ଖ ଭବନରେ ଆୟୋଜିତ ମିଶ୍ରମ ପର୍ବରେ ପ୍ରଭାସ ପାଣିଗ୍ରାହି ଓ ତାଙ୍କ ସମର୍ଥକ ମାନେ ବିଜେଡିରେ…

Read More

ପାରାଦୀପରୁ କାହାକୁ ମିଳିବ ବିଜେଡ଼ି ଟିକେଟ…?

ଭୁବନେଶ୍ୱର;ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ଦଳମାନଙ୍କ ଟିକେଟ ବଣ୍ଟାକୁ ନେଇ ଅଙ୍କ କସା ଚାଲିଛି । ସେହିପରି ପାରାଦୀପରେ ବିଜେପି ତାର ପ୍ରାର୍ଥୀ ଚୟନ କରିଥିବା ବେଳେ କଂଗ୍ରେସ ଓ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଦେଇନାହାଁନ୍ତି । ଗୋଟେପଟେ ବିଧାୟକ ସମ୍ବିତ ରାଉତରାୟ ଭୁବନେଶ୍ବରରେ ଡେରା ପକେଇଥିବା ବେଳେ ଅନ୍ୟପଟେ ପାରାଦୀପ ବିଜେଡି ସଭାପତି ବସନ୍ତ ବିଶ୍ବାଳଙ୍କ ସମର୍ଥକ ନବୀନ ନିବାସ ଓ ଶଙ୍ଖ ଭବନକୁ ବାରମ୍ବାର ଧାଉଁଛନ୍ତି । ଟିକେଟ ପାଇଁ ପାରାଦୀପ ବିଜେଡିରେ…

Read More

ବିଜେଡ଼ିରେ ଯୋଗଦେଲେ ସିପିଆଇ ନେତା ଅବକାଶ ସାହୁ …

ନିର୍ବାଚନ ଯେତେ ପାଖେଇବାରେ ଲାଗିଛି ନେତା ମାନଙ୍କ ଦଳ ଡିଆଁ ସେତେ ବଢିବାରେ ଲାଗିଛି । ଏହି ଦିଗରେ ଆଜି ବିଜେଡିରେ ସାମିଲ ହୋଇଛନ୍ତି ବୌଦ୍ଧର ବରିଷ୍ଠ ସିପିଆଇ ନେତା ଅବକାଶ ସାହୁ । ୨୦୧୪ ନିର୍ବାଚନରେ ସେ ବୌଦ୍ଧରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ।ଆଜି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଅବକାଶ ସାହୁ ଏବଂ ତାଙ୍କସହ ଆସିଥିବା ଶତାଧିକ ସିପିଆଇ ଓ କଂଗ୍ରେସ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ…

Read More

ବିଜେଡ଼ିର ସାମିଲ ହେଲେ ଲେଖାଶ୍ରୀ ଓ ଗଣେଶ୍ୱର

ଭୁବନେଶ୍ୱର: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଦଳର ପ୍ରାଥମିକ ସଦସ୍ୟ ପଦରୁ ରବିବାର ଇସ୍ତଫା ଦେଇଛନ୍ତି । ରାଜ୍ୟ ବିଜେପିର ସେ ଉପସଭାପତି ଥିଲେ । ଲେଖାଶ୍ରୀ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ନିଜର ଇସ୍ତଫା ସଂକ୍ରାନ୍ତରେ ସୂଚନା ଦେଇ ଥିଲେ l ଏହି ଇସ୍ତଫା ପର୍ବର ଦୁଇ ଘଣ୍ଟା ପରେ ସେ ଶଙ୍ଖ ଭବନ ଆସି ବିଜେଡିରେ ଯୋଗ ଦେଇଛନ୍ତି ।ଶଙ୍ଖ ଭବନରେ ହୋଇଥିବା ମିଶ୍ରଣ ପର୍ବରେ ବିଜେଡିରେ ଯୋଗଦେବା ପରେ ଶ୍ରୀମତୀ ସାମନ୍ତସିଂହାର ମୁଖ୍ୟମନ୍ତ୍ରୀ…

Read More

ଭାଇରାଲ ଅଡ଼ିଓ ଏବଂ ରୁଚିକା ଆତ୍ମହତ୍ୟା ଘଟଣାର ତଦନ୍ତ ରିପୋର୍ଟ ତୁରନ୍ତ ସାର୍ବଜନୀନ କରନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର ୬।୪ : ଆଜି କଂଗ୍ରେସ ଭବନ ଠାରେ ରାଜ୍ୟ ଯୁବ କଂଗ୍ରେସ ତରଫରୁ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ତଥା ମିଡ଼ିଆ ସେଲ୍ ଅଧ୍ୟକ୍ଷ ସୁଦିପ୍ ସାମଲ ଏକ ସାମ୍ବାଦିକ ସମ୍ମିଳନୀରେ ବହୁଚର୍ଚ୍ଚିତ ରୁଚୀକା ମହାନ୍ତି ଆତ୍ମହତ୍ୟା ଘଟଣା ଏବଂ ଭାଇରାଲ ଅଡ଼ିଓ ସମ୍ବନ୍ଧରେ ରାଜ୍ୟ ସରକାର ଏବଂ ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ବିଗତ ଦିନରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏବଂ ଭୁବନେଶ୍ୱର ଡିସିପିଙ୍କୁ ଦେଖାକରି ମଧ୍ୟ ଯୁବ କଂଗ୍ରେସ ଏ ସମ୍ବନ୍ଧରେ…

Read More

ସିଜୁମାଳୀ ଅଞ୍ଚଳରେ ଖଣିଖନନ ପ୍ରସଙ୍ଗ-ସ୍ଥାନୀୟ ଆଦିବାସୀ ଓ ପାରମ୍ପରିକ ବାସିନ୍ଦାଙ୍କ ଅଧିକାରର ସ୍ପଷ୍ଟ ଉଲ୍ଲଙ୍ଘନ ବୋଲି ତଥ୍ୟ-ଅନୁସନ୍ଧାନୀ ଦଳର ଅଭିଯୋଗ

ଭବାନୀପାଟଣା : ୪/୪(ବ୍ୟୁରୋ): ଗତ ୨୦୨୩ ପରଠାରୁ ବେଦାନ୍ତ ଲିମିଟେଡ୍  କମ୍ପାନୀ ଦ୍ୱାରା ସିଜିମାଲି ବକ୍ସାଇଟ୍ ଖଣିଖନନ  ପ୍ରସ୍ତାବ ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ମଞ୍ଜୁର ପାଇଁ ପର୍ଯ୍ୟାୟ କ୍ରମେ ଶୀଘ୍ର ଆଗକୁ ବଢିଛି। ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ନିର୍ବାଚନୀ ବଣ୍ଡ୍ ର ଖୁଲାସା ଅନୁଯାୟୀ ରାଜନୈତିକ ଦଳଗୁଡିକର ସବୁଠାରୁ ବଡ ଦାତା ଅନୁଷ୍ଠାନ ହେଉଛି ବେଦାନ୍ତ ଲିମିଟେଡ୍, ଯାହା ଭାରତୀୟ ଜନତା ପାର୍ଟିକୁ ୨୩୦.୧୫ କୋଟି, କଂଗ୍ରେସକୁ…

Read More

ଶଙ୍ଖ ଧରିଲେ କୋରାପୁଟ ଓ ନିମାପଡ଼ାର ବହୁ ବିଜେପି ଓ କଂଗ୍ରେସ ନେତା …

ଭୁବନେଶ୍ୱର: ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ କୋଟିଆ ବ୍ଲକର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ରାମ ଚନ୍ଦ୍ର ପାଙ୍ଗି l ସେହିପରି  କଂଗ୍ରେସ ଛାଡି  ବିଜେଡିରେ ସାମିଲ ହୋଇଛନ୍ତି ଅଭିରାମ ହଁତାଲ l ସେହିପରି ଅବସରପ୍ରାପ୍ତ ପ୍ରଶାସକ ତିଲକ ହେମନ୍ଦୁ ,ମକୁନ୍ଦ ନାୟକ, ଉପେନ୍ଦ୍ର ହଁତାଲା, ପର୍ଶୁରାମ ପାଙ୍ଗି, ଦାଶରଥୀ ଖାଲ ବି ସାମିଲ ହୋଇଛନ୍ତିl  ରାମଚନ୍ଦ୍ର ପାଙ୍ଗି କହିଛନ୍ତି ଯେ,ପ୍ରଫୁଲ୍ଲ ପାଙ୍ଗି ମୋ ପୁତୁରା l ମୁଁ ୨୦୧୭-୨୦୧୯ ଯାଏଁ ବିଜେପିର…

Read More

ବିଜେଡ଼ି ଯିବେନି ଜୟଦେବ ଜେନାଙ୍କ ପୁଅ ମନୋଜ

ଭୁବନେଶ୍ୱର: ୪/୪ ; କେତେକ ଗଣମାଧ୍ୟମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁତ୍ର ତଥା ପିସିସି ସାଧାରଣ ସଂପାଦକ  ମନୋଜ ଜେନା ବିଜେଡ଼ିରେ ଯୋଗଦେବା ନେଇ ଖବର ପ୍ରକାଶିତ ହେବାପରେ ଶ୍ରୀ ମନୋଜ ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଯେଉଁ ନିର୍ଦ୍ଦିଷ୍ଟ କେତେକ ଗଣମାଧ୍ୟମରେ ଏହି ସମ୍ବାଦ ପରିବେଷଣ ହୋଇଛି ତାହା ଅମୂଳକ, ମିଥ୍ୟା ଓ କପୋଳକଳ୍ପିତ । କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ତଥା ବିରୋଧି ରାଜନୈତିକ ଦଳରଏହି କାର୍ଯ୍ୟ ବୋଲି  ମନୋଜ…

Read More