ଆଦାନି ଗ୍ରୁପର ଋଣ ୨୧ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ:ଏକ ବର୍ଷ ମଧ୍ୟରେ ଆଦାନି ଗ୍ରୁପ୍‌ର ଋଣରେ ୨୧ ପ୍ରତିଶତ ବୃଦ୍ଧି ହୋଇଛି। କଂପାନି ଋଣ ଜରିଆରେ ଏହା ଅଧିକାଂଶ ନିବେଶକୁ ପରିଚାଳନା କରୁଛି। କଂପାନିର ମୋଟ ଋଣରେ ବିଦେଶୀ ସଂସ୍ଥାରୁ ଆସିଥିବା ଋଣ ପରିମାଣ ପ୍ରାୟ ଏକ ତୃତୀୟାଂଶକୁ ବୃଦ୍ଧି ପାଇଛି। କଂପାନି ଏହାର ୨୯ ପ୍ରତିଶତ ଋଣ ବିଶ୍ବସ୍ତରୀୟ ବ୍ୟାଙ୍କଗୁଡ଼ିକଠାରୁ ଆଣିଛି। ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା ଆଦାନି ଗ୍ରୁପ୍‌ର ସାତଟି କଂପାନିର ମୋଟ ଋଣ ପରିମାଣ ମାର୍ଚ୍ଚ ଶେଷ ସୁଦ୍ଧା ୨.୩ ଲକ୍ଷ କୋଟି ଟଙ୍କା ଥିଲା। ଏହି କଂପାନିଗୁଡ଼ିକର ଋଣ ୨୦୧୯ ପରେ ବଢ଼ିଥିଲା। ଆମେରିକୀୟ ସଂସ୍ଥା ହିଣ୍ଡେନ୍‌ବର୍ଗର ଗମ୍ଭୀର ଅଭି‌ଯୋଗକୁ ସାମ୍ନା କରୁଥିବା ଆଦାନି ଏବେ ନିଜ ଋଣ କମ୍ କରିବା ଉପରେ ବିଚାର କରୁଛି। ଏଭଳି ସମୟରେ ଆନ୍ତର୍ଜାତିକ ଋଣ ପ୍ରଦାନକାରୀଙ୍କ ଉପରେ କଂପାନିର ନିର୍ଭରଶୀଳତା ବଢ଼ିଯାଇଛି। କଂପାନି ଏହାର ୩୬% ଋଣ ବଣ୍ଡ୍‌ ଜରିଆରେ ହାସଲ କରିଛି। ୨୦୧୬ ବେଳକୁ ସେହି ହାର ୧୪ ପ୍ରତିଶତ ଭଳି ନିମ୍ନ ସ୍ତରରେ ଥିଲା। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କଠାରୁ କଂପାନି ୨୭ ହଜାର କୋଟି ଟଙ୍କା ଋଣ ନେଇଛି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *