କାଳବୈଶାଖୀ ପାଇଁ ରାଜ୍ୟରେ କମିଲା ଗରମ ଓ ଗୁଳୁଗୁଳି

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଛି ରାଜ୍ୟବାସୀଙ୍କୁ ତ୍ରାହି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ପାଇଁ ଗ୍ରୀଷ୍ମ ପ୍ରବାହ କମ୍ ରହିଛି ବା ସହ ତାପମାତ୍ରା କମିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦୈନିକ ତାପମାତ୍ରା ୪ରୁ ୫ ଡିଗ୍ରୀ ହ୍ରାସ ପାଇବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ଆଶଙ୍କା ରହିଛି। ଆଜି ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବ ବୋଲି ପୂର୍ବାନୁମାନ କରଯାଇଛି ।
ଏଥିସହ କଟକ, କୋରାପୁଟ, କଳାହାଣ୍ଡି, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଜିଲାରେ ହାଲୁକା ବର୍ଷା ହୋଇଥିବା ନେଇ ସୂଚନା ମିଳିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବଲାଙ୍ଗୀରରେ ଗୁରୁବାର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ସେଲ୍‌ସିୟସ ଥିବାବେଳେ ଶୁକ୍ରବାର ଏଠାରେ ୧୨.୭ ଡିଗ୍ରୀ କମି ୨୯.୩ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଟିଟିଲାଗଡ଼ର ସର୍ବୋଚ୍ଚ ତାପମାତ୍ରାଠାରୁ ୧୧ ଡିଗ୍ରୀ କମିଥିବା ବେଳେ କେନ୍ଦୁଝର ୧୦, ସୋନପୁର ୯.୯, ବରଗଡ଼ ୯, ଅନୁଗୋଳ ୮, କଟକ ୮, ଭୁବନେଶ୍ୱର ୭.୧ , ତାଳଚେର ୮.୪, କେନ୍ଦ୍ରାପଡ଼ା ୮.୬, ଢେଙ୍କାନାଳ ୮.୯, ଭବାନୀପାଟଣାରେ ୮.୫ ଡିଗ୍ରୀ ତଳକୁ ଖସିଛି। ସେହିପରି ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପାରଦ ତଳମୁହାଁ ହୋଇଛି।

Leave a Reply

Your email address will not be published. Required fields are marked *