ପିଚାଇଙ୍କ କ୍ଷତିପୂରଣ ୨୨୬ ନିୟୁତ ଡଲାର

୨୦୨୨ରେ ‘ଆଲ୍‌ଫାବେଟ୍‌ ଇନ୍‌କର୍ପୋରେଟ୍‌’ର ଚିଫ୍‌ ଏକ୍ଜିକ୍ୟୁଟିଭ୍‌ ସୁନ୍ଦର ପିଚାଇ କ୍ଷତିପୂରଣ ବାବଦକୁ ପ୍ରାୟ ୨୨୬ ନିୟୁତ ଡଲାର୍‌ ପାଇଥିବା ନେଇ ‘ସିକ୍ୟୁରିଟିଜ୍‌’ରେ କମ୍ପାନି ତରଫରୁ କୁହାଯାଇଛି । ଏହା କମ୍ପାନିର କର୍ମଚାରୀ ପାଉଥିବା ବେତନର ୮୦୦ଗୁଣରୁ ଅଧିକ ବୋଲି ଜଣାପଡିଛି ।

ପିଚାଇଙ୍କ କ୍ଷତିପୂରଣ ବାବଦ ଅର୍ଥରେ ପ୍ରାୟ ୨୧୮ ନିୟୁତ ଡଲାର୍‌ର ‘ଷ୍ଟକ୍‌ ଆୱାର୍ଡ’ ମଧ୍ୟ ଅନ୍ତର୍ଭୁକ୍ତ ବୋଲି ସେହି ଫାଇଲିଙ୍ଗ୍‌ରେ ଉଲ୍ଲେଖ ରହିଛି ।
‘ଗୁଗଲ୍‌’ ଭଳି ଏକାଧିକ ସଂସ୍ଥାନର ମୁଖ୍ୟ ‘ଆଲ୍‌ଫାବେଟ୍‌ ଇନ୍‌କର୍ପୋରେଟ୍‌’ ଖର୍ଚ୍ଚ କାଟ ପାଇଁ ବିଶ୍ବବ୍ୟାପୀ ତା’ର କର୍ମଚାରୀଙ୍କୁ ଛଟେଇ କରୁଥିବା ବେଳେ ସୁନ୍ଦର ପିଚାଇଙ୍କୁ ଦିଆଯାଇଥିବା ଅର୍ଥର ପରିମାଣ ଯଥେଷ୍ଟ ଅଧିକ ରହିଛି । ଉଲ୍ଲେଖଯୋଗ୍ୟ, ‘ଷ୍ଟକ୍‌ ଆୱାର୍ଡ’ ବାବଦକୁ ପିଚାଇଙ୍କୁ ୨୧୮ ନିୟୁତ ଡଲାର୍‌ ମିଳିଥିବା ବେଳେ ୨୦୨୧ରେ କ୍ଷତିପୂରଣ ବାବଦକୁ ୬.୩ ନିୟୁତ ଡଲାର୍‌ ମିଳିଥିଲା । ସେତେବେଳେ ସେ କୌଣସି ‘ଗ୍ରାଣ୍ଟ୍‌’ ପାଉ ନଥିଲେ ଏବଂ ବିଗତ ୩ ବର୍ଷ ଧରି ତାଙ୍କର ବେତନ ୨ ନିୟୁତ ଡଲାର୍‌ରେ ଅପରିବର୍ତ୍ତିତ ଥିଲା ।

Leave a Reply

Your email address will not be published. Required fields are marked *