ସହୀଦ ଦେବାଶିଷ ବିଶ୍ୱାଳ ଅମର ରହେ

ସତ୍ୟବାଦୀ,୨୨/୪(ବ୍ୟୁରୋ): ପିଲାଦିନୁ ସେନାରେ ଯାଇ ଭାରତମାତାର ସେବା କରିବାର ଇଚ୍ଛା ଦେବାଶିଷ ବିଶ୍ୱାଳଙ୍କୁ ନିଜର ଅନ୍ୟ ସହପାଠୀଙ୍କ ଠାରୁ ଭିନ୍ନ କରିଥିଲା l ଘରେ ନିଜର ସମସ୍ତ ସମ୍ପର୍କୀୟଙ୍କୁ ବିଦାୟ ଦେଇ ଦେବାଶିଷ ସୀମାନ୍ତ ଅଂଚଳକୁ ଚାଲିଯାଇଥିଲେ l ହେଲେ ସେ ଆଉ ଫେରିଲେଣି, ତାଙ୍କ ପାର୍ଥିବ ଶରୀର ଫେରିଲା ସହୀଦର ସୁନାମ ସହ l ଶନିବାର ସେହି ବୀର ସୈନିକଙ୍କ ଚିତା ଜଳିଛି ଜନ୍ମ ମାଟିରେ ସତ୍ୟବାଦୀରେ l ଆଉ ବିଦାୟ ଜଣାଇଛନ୍ତି ଆତ୍ମୀୟସ୍ୱଜନ,ଲକ୍ଷ ଲକ୍ଷ ସାଧାରଣ ଜନତା ।
ଶନିବାର ସକାଳ ୭ଟା ବେଳେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଥିଲା ସହିଦ ଦେବାଶିଷ ବିଶ୍ଵାଳଙ୍କ ପାର୍ଥିବ ଶରୀର। ସେଠାରେ ଦେବାଶିଷଙ୍କ ମର ଶରୀରଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା, ମେୟର ସୁଲୋଚନା ଦାସ ଅଧିକାରୀ ଏବଂ ବରିଷ୍ଠ ପୁଲିସ ଅଧିକାରୀ ସହିଦ ବିଶ୍ଵାଳଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସହିଦ ଦେବାଶିଷଙ୍କ ପତ୍ନୀ ସୁଶ୍ରୀ ସଙ୍ଗୀତା ମଧ୍ୟ ବିମାନ ବନ୍ଦରରେ ସ୍ଵାମୀଙ୍କ ଶେଷ ଦର୍ଶନ କରିଥିଲେ। ପରେ ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର ଜନ୍ମମାଟି ସତ୍ୟବାଦୀ ବ୍ଳକ୍‌ ଖଣ୍ଡାୟତ ସାହି ଅଭିମୁଖେ ନିଆଯାଇଥିଲା। ବିରାଟ ପଟୁଆରରେ ସହିଦ୍‌ ବୀର ପୁତ୍ରଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିଥିଲା। ସହିଦ ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହେଉଥିଲା ଗାଁର ଗଗନ ଓ ପବନ। ଲୋହରେ ଭିଜୁଥିଲା ଆତ୍ମିୟ ସ୍ୱଜନଙ୍କ ଆଖି। ଗାଁର ଯେଉଁ ଘରେ ଜନ୍ମ ହୋଇଥିଲେ ସେହିଠାରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା ସହିଦ୍‌ ଦେବାଶିଷଙ୍କ ପାର୍ଥିବ ଶରୀର। ପରିବାର, ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନ ଦେଇଥିଲେ ଲୋହରେ ଦେଇଥିଲେ ବିଦାୟ। ପରେ ସହିଦ୍‌ଙ୍କ ପ୍ରାର୍ଥିବ ଶରୀରକୁ ଗାଁ ଶ୍ମଶାନକୁ ନିଆଯାଇଥିଲା। ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଦେବାଶିଷଙ୍କ ମର ଶରୀରରେ ମୁଖାଗ୍ନି ଦେଇଥିଲେ ସାନଭାଇ ଦେବପ୍ରସାଦ ବିଶ୍ୱାଳ। ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଅନ୍ୟେଷ୍ଟି ସମ୍ପନ୍ନ ହୋଇଛି।

ଉଲ୍ଲେଖଯୋଗ୍ୟ, ସ୍ବର୍ଗତ ଦେବାଶିଷ ଜମ୍ମୁ-କଶ୍ମୀର ପୁଞ୍ଚରେ ନିଯୁକ୍ତି ପାଇଥିଲେ। ୨୦୨୧ ମସିହା ପବିତ୍ର ଅକ୍ଷୟ ତୃତୀୟାରେ ସେ ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କୁ ବିବାହ କରିଥିଲେ। ତାଙ୍କର ଏବେ ୭ ମାସର କନ୍ୟା ସନ୍ତାନଟିଏ ରହିଛି l

Leave a Reply

Your email address will not be published. Required fields are marked *