ଭାରତର ଅଭିବୃଦ୍ଧି ଯୋଜନା ପାଇଁ ନ୍ୟୁ-ଏଜ୍ ଏନର୍ଜି ମିନେରାଲ୍ସ ଗୁରୁତ୍ବପୂର୍ଣ୍ଣ ; ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ବର : ଭାରତର  ଆର୍ଥିକ ବିକାଶ ଏବଂ ଚିରସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ନ୍ୟୁ-ଏଜ୍ ଏନର୍ଜି ମିନେରାଲ ଗୁରୁତ୍ବପୂର୍ଣ୍ଣ । ଫିକି ଦ୍ବାରା ଆୟୋଜିତ ‘ନ୍ୟୁ-ଏଜ୍ ଏନର୍ଜି  ମିନେରାଲ୍ସ ,”ଶାର୍ଷକ ଏକ ରିପୋର୍ଟର ଉନ୍ମୋଚନ କାର୍ଯ୍ୟକ୍ରମରେ ଫିକି ଇମ୍ଡିଆର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଏହା କହିଛନ୍ତୁ । ଭରତ ଏହାର ଖଣି ଜ୍ଞାନ କୌଶଳ ଏବଂ ଉତ୍ତୋଳନ କରିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି। ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟର ସଚିବ ବିବେକ ଭରଦ୍ବାଜଙ୍କ ଦ୍ବାରା ଗତ ୨ ତାରିଖରେ ନୂଆଦିଲ୍ଲୀରେ ଏହି ରିପୋର୍ଟ ପ୍ରକାଶ ପାଇଥିଲା । ଏହି ରିପୋର୍ଟରେ ନ୍ୟୁ-ଏଜ୍ ଏନର୍ଜି ମିନେରାଲ ସମ୍ପର୍କରେ ଭୌଗଳିକ ତଥା ଭୁତାତ୍ତ୍ବିକ ତଥ୍ୟ ବ୍ୟବହାର, ବଜାର ଦୃଷ୍ଟିକୋଣ , ଚ୍ୟାଲେଞ୍ଜ ଏବଂ ସୁଯୋଗ ଆଦି ସବିଶେଷ ସୂଚନା ରହିଛି । ଶ୍ରୀ ପଣ୍ଡା ତାଙ୍କ ଅଭିଭାଷଣରେ ଭାରତର ଜିଡିପି ଅଭିବୃଦ୍ଧି ପାଇଁ ଖଣି ଖନନର ଗୁରୁତ୍ବ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ପାଇଁ ନ୍ୟୁ-ଏଜ୍ ଏନର୍ଜି ମିନେରାଲର ଉତ୍ପାଦନ ବୃଦ୍ଧି ପାଇଁ ଚାଲିଥିବା ଖଣିଜ ସନ୍ଧାନ ବୌଷୟିକ ଞ୍ଗାନ କୌଶଳ ବିନିଯୋଗ ଏବଂ ଦକ୍ଷତା ବୃଦ୍ଧି ଉପରେ ଗୁରିତ୍ବାରୋପ କରିଥିଲେ । ଏହି ମିନେରାଲ୍ସ କ୍ଷେତ୍ରରେ ଭାରତକିୁ ଆତ୍ମନିର୍ଭର କରିବା ପାଇଁ ଖଣି ଖନନ ଏବଂ ଏହାର ସପ୍ଲାଏ ଚେନ୍ ମଧ୍ୟରେ ଏକ ସମନ୍ବଯ ପ୍ରତିଷ୍ଠା କରିବା ଆବଶ୍ୟକ ବୋଲି ଶ୍ରୀ ପଣ୍ଡା କହିଥିଲେ । ଏହି ଅବସରରେ ଫିକ୍କି ଖଣି କମିଟିର କୋ-ଚେୟାରମ୍ୟାନ ପଙ୍କଜ ସତୀଜା , ସେକ୍ରେଟେରୀ ଜେନେରେଲ ଶୈଳଶ ପାଠକ ଓ ଅନ୍ୟ ଶିଳ୍ପପତିମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *