ଜି-ମେଲ୍ ରେ ଯୋଡିହେବ ବ୍ଲୁ-ଟିକ୍

ନୂଆଦିଲ୍ଲୀ : ଲୋକପ୍ରିୟ ଇ-ମେଲ୍‌ ସେବା ଜି-ମେଲ୍‌ ଆଇଡିକୁ ଖୁବ୍‌ଶୀଘ୍ର ଟ୍ବିଟର ଭଳି ବ୍ଲୁ-ଟିକ୍ କରିବା ପାଇଁ ଯାଉଛି ।  ଏହି ଆକାଉଣ୍ଟ୍‌ଗୁଡ଼ିକୁ ବ୍ଲୁ-ଟିକ୍ ମିଳିବ। ଫଳରେ ଲୋକମାନେ କେଉଁ ଆଇଡି ଅସଲି ଓ କେଉଁଟି ନକଲି ତାହା ସହଜରେ ଜାଣିପାରିବେ । ଗୁଗୁଲ୍ ଖୁବ୍‌ଶୀଘ୍ର ଏହି ସୁବିଧା ପ୍ରଦାନ କରିବ। ନେଇ କଂପାନି ଏହାର ଅଫିସିଆଲ ବ୍ଲଗ୍‌ ପୋଷ୍ଟ୍‌ରେ  ସୂଚନା ଦେଇଛି।

ଏହି ସୁବିଧା ଦ୍ବାରା ‌ବ୍ୟବହାରକାରୀମାନେ ସ୍ପାମ୍ ଇ-ମେଲ୍‌ଗୁଡ଼ିକୁ ସହଜରେ ଚିହ୍ନଟ କରିପାରିବେ ଏବଂ ସେଗୁଡ଼ିକୁ ରୋକିପାରିବେ। ଏହା ଦ୍ବାରା ଜି-ମେଲ୍ ଉପରେ ବ୍ୟବହାରକାରୀଙ୍କ ବିଶ୍ବାସ ବଢ଼ିବ ଓ ସମସ୍ତଙ୍କ ପାଇଁ ଏକ ଉନ୍ନତ ଇ-ମେଲ୍ ବ୍ୟବସ୍ଥା ସୃଷ୍ଟି ହୋଇପାରିବ ବୋଲି ଗୁଗୁଲ୍ କହିଛି। ଅସଲି ଆଇଡିକୁ ବ୍ଲୁ ଟିକ୍ ଭଳି ଚିହ୍ନ ପ୍ରଦାନ କରିବାର ପ୍ରକ୍ରିୟାକୁ ଜି-ମେଲ୍‌ ୨୦୨୧ରେ ଆରମ୍ଭ କରିଥିଲା। ଏହା ପୂର୍ବରୁ ତାହାର ପରୀକ୍ଷଣ କରାଯାଇଥିଲା। ବୁଧବାରଠାରୁ କଂପାନି ଏହି ସୁବିଧା ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *