ସିବିଏସ୍ଇ’ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ; ଚଳିତ ବର୍ଷ ପାସ୍ ହାର ୮୭.୩୩%

ନୂଆଦିଲ୍ଲୀ: ଆଜି ‘ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍’ର (ସିବିଏସ୍ଇ) ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ଦ୍ବାଦଶ ଶ୍ରେଣୀର ପାସ୍ ହାର ୮୭.୩୩% ହୋଇଥିବା କଥା ‘ସିବିଏସ୍ଇ’ ପକ୍ଷରୁ ଜଣାପଡିଛି । ଏହି ବର୍ଷ ପରୀକ୍ଷାରେ ଛାତ୍ରୀମାନେ ଛାତ୍ରମାନଙ୍କ ଅପେକ୍ଷା ୬.୦୧% ଅଧିକ ରଖିଛନ୍ତି। କିନ୍ତୁ, ଗତବର୍ଷ ତୁଳନାରେ ଉଭୟ ପୁଅ ଓ ଝିଅମାନଙ୍କ ପାସ୍ ହାର କମ୍ ହୋଇଛି। ଗତବର୍ଷ ୯୧.୨୫% ଛାତ୍ର ପାସ୍ କରିଥିବା ବେଳେ ଚଳିତ ବର୍ଷ ୮୪.୬୭% ଛାତ୍ର ପାସ୍ କରିଛନ୍ତି। ସେହିପରି, ପୂର୍ବବର୍ଷ ୯୪% ଛାତ୍ରୀ ପାସ୍ କରିଥିବା ବେଳେ ଚଳିତବର୍ଷ ୯୦.୬୮% ଛାତ୍ର ପାସ୍ କରିଛନ୍ତି।