ଶ୍ରାକ୍ଷତ୍ରରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ଚକ ଅଖ ଡେରା ନୀତି

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ତିଥି । ଏହି ଅବସରରେ ପରମ୍ପରା ଆଧାରରେ ରଥଖଳାରେ ବିଜେ କଲେ ମହାପ୍ରଭୁଙ୍କ ଆଜ୍ଞାମାଳ । ତିନି ରଥରେ ଯୋଡ଼ା ହେଲା ଚକ-ଅଖ । ପ୍ରଥମେ ତାଳଧ୍ବଜ ରଥର ଚକ ଅଖ ଯୋଖା ହୋଇଛି । ପରେ ନନ୍ଦିଘୋଷ ଏବଂ ଶେଷରେ ଦର୍ପଦଳନ ରଥର ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି । ଭୋଇ ସେବକମାନେ ଏହି ନୀତି କାନ୍ତି  କରିଛନ୍ତି  । ଚକ ଅଖ ଡେରା ନୀତି ପାଇଁ ସକାଳ ଧୂପ ପରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିଥିଲା । ରଥଖଳାରେ ସବୁ ରଥର ଚକ ଅଖରେ ଆଜ୍ଞାମାଳ ଲଗା ଯାଇ ଭୋଇ ସେବକଙ୍କ ଦ୍ବାରା ଚକ ଅଖ ଲଗାଯାଇଥିଲା । ପୋଲିସ ପ୍ରଶାସନର ଉପସ୍ଥିତିରେ ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି ।

Leave a Reply

Your email address will not be published. Required fields are marked *