ଗିଲଙ୍କୁ ନେଇ ଏମିତି କିଛି କହିଲେ ବିରାଟ କୋହଲି,,,,,

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ତାରକା ବ୍ୟାଟର  ବିରାଟ କୋହଲି ବିଶ୍ୱର ଶ୍ରେଷ୍ଠ  ଦଶ ଜଣ ଖେଳାଳିଙ୍କ  ମଧ୍ୟରେ ଗଣନା ହେଉଛନ୍ତି । ଶୁଭମନ୍ ଗିଲ୍ଲଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି ବିରାଟ କେହଲି ।  କୋହଲି କହିଛନ୍ତି ଶୁଭମନ ଭରତୀୟ କ୍ରିକେଟର ଆଗାମି ପିଢିର ନେତୃତ୍ବ ନେବେ ବୋଲି କହିଛନ୍ତି ଭାରତର ପୂର୍ବତନ ଅଧିନାୟକ । ଏହି ପ୍ଲେୟାର ବର୍ତ୍ତମାନ ବହୁତ ଭଲ ଫର୍ମରେ ଅଛନ୍ତି। ଆଇପିଏଲରେ ଦମ୍‌ଦାର ପଦର୍ଶନ କରି ସମସ୍ତଙ୍କ ମନ ଜିଣିନେଉଛନ୍ତି।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୩ର ୬୨ ତମ ମ୍ୟାଚ୍ ଗୁଜୁରାଟ ଟାଇଟାନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଯୁବ ଓପନର୍ ଶୁବମାନ ଗିଲ ଶତକୀୟ ଇଂନିସ ଖେଳିଥିଲେ । ଶୁଭମାନ ଗିଲଙ୍କ ଏହି ଇନିଂସରେ ବିରାଟ କୋହଲି ବହୁତ ପ୍ରଭାବିତ ହୋଇଛନ୍ତି। ଗିଲଙ୍କ ଇନିଂସ ଦେଖି ବିରାଟ କୋହଲି ଇନଷ୍ଟା ଷ୍ଟୋରୀରେ ତାଙ୍କ ଫଟୋ ସେୟାର କରି ଏମିତି କିଛି  ଲେଖିଛନ୍ତି ଯାହା ଭାଇରାଲ ହେବାରେ ଲାଗୁଛି । କୋହଲି ଗିଲଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି ବର୍ଣ୍ଣନା କରିଛନ୍ତି।

Leave a Reply

Your email address will not be published. Required fields are marked *