ଆଇପିଏଲ୍ ଫାଇନାଲରେ ଚେନ୍ନାଇ-ଗୁଜରାଟ ମୁକାବିଲା

ଭୁବନେଶ୍ୱର : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର 4ଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ଗତ ଥର ଚମ୍ପିୟାନ ହୋଇଥିବା ଗୁଜରାଟ ଟାଇଟାନ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ଆସନ୍ତା ରବିବାର ସନ୍ଧ୍ୟା 7ଟା 30ରେ ଖେଳାଯିବ। ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ କ୍ୱାଲିଫାୟାର ଓ୍ୱାନରେ ଗୁଜରାଟକୁ ହରାଇ ସିଧା ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ଦ୍ୱିତୀୟ କ୍ୱାଲିଫାୟାରରେ ଗୁଜରାଟ ଏଲିମଲେଟର ବିଜେତା ମୁମ୍ବାଇକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଯଦି ଚେନ୍ନାଇ ରବିବାର ଫାଇନାଲ ଜିତେ , ତେବେ ମୁମ୍ବାଇ ପରି 5ମ ଥର ଲାଗି ବିଜେତା ହେବ। ଯଦି ଗୁଜରାଟ ଜିତେ ତେବେ ଦ୍ୱିତୀୟ ଥର ପାଇଁ ବିଜେତା ହେବ। ଲଗାତର କପ୍ ଜିତିବାରେ ଚେନ୍ନାଇ ଓ ମୁମ୍ବାଇ ରେକର୍ଡ କରିସାରିଛନ୍ତି।

       ଶୁଭମନ ଗିଲ୍ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଥିବା ବେଳେ ମହମ୍ମଦ ସାମୀ ସର୍ବାଧିକ ଉଇକେଟ ନେଇଛନ୍ତି। ଏହି 2 ଖେଳାଳି ଗୁଜରାଟ ପକ୍ଷରୁ ଖେଳୁଛନ୍ତି। ଚେନ୍ନାଇ ପକ୍ଷରୁ ଆସନ୍ତା କାଲି ଅଧିନାୟକ ଧୋନୀଙ୍କ ସମେତ କନଓ୍ୱେ, ଋତୁରାଜ ଗାଏକ୍ୱାଡ, ଅମ୍ବାତି ରାଇଡୁ, ଶିବମ ଦୁବେ, ମୋଇନ ଅଲ୍ଲୀ, ଜାଡେଜା, ସାଣ୍ଟର , ଥିକସାନା, ପ୍ରଶାନ୍ତ ସୋଲାଙ୍କି ଏବଂ ରାହାନେ ଖେଳିବାର ସମ୍ଭାବନା ରହିଛି। ସେହିପରି ଗୁଜରାଟ ପକ୍ଷରୁ ଗିଲ୍, ଶାହା, ବିଜୟ ଶଙ୍କର, ମିଲର, ରସିଦ ଖାଁ, ପାଣ୍ଡିଆ, ମୋହିତ ଶର୍ମା, ସାମୀ , ନୁର ଅହମ୍ମଦ ଏବଂ ରାହୁଲ ତେଓ୍ୱାଟିଆ ପ୍ରମୁଖ ଖେଳିବାର ରହିଛି।

Leave a Reply

Your email address will not be published. Required fields are marked *