ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ , ଜୁନ୍ ୨୮ରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ଭୁବନେଶ୍ବର : ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଇଁ ଅନଲାଇନ ନାମଲେଖା ଆବେଦନ ପ୍ରକ୍ରିୟା । ଛାତ୍ରଛାତ୍ରମାନେ ଆସନ୍ତା ଜୁନ ୨୦ ତାରିଖ ପର୍ଯ୍ୟନ୍ତ www.samsodisha.gov.inପୋର୍ଟାଲରେ ଅନଲାଇନ ଜରିଆରେ ଆବେଦନ କରିପାରିବେ ।

ଜୁନ ୨୮ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେରିଟ୍‌ ଲିଷ୍ଟ । ୨୯ ଜୁନ୍‌ରୁ ଜୁଲାଇ ୫ ତାରିଖ ଯାଏ ଚାଲିବ ପ୍ରଥମ ପର୍ଯ୍ୟାୟ ନାମଲେଖା । ଜୁଲାଇ ୧୩ ତାରିଖରେ ପ୍ରକାଶ ପାଇବ ଦ୍ଵିତୀୟ ମେରିଟ ଲିଷ୍ଟ। ଜୁଲାଇ ୧୪ ରୁ ୧୭ ଭିତରେ ହେବ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା । ଦୁଇଟି ପର୍ଯ୍ୟାୟରେ ହେବ ନାମଲେଖା । ୧୯ ଜୁଲାଇ ସ୍ପଟ୍ ଆଡ଼ମିଶନ ପାଇଁ ତାଲିକା ପ୍ରକାଶ ପାଇବ । ୧୯ ରୁ ୨୧ ତାରିଖ ଅନ୍‌ଲାଇନରେ ଚଏସ୍‌ ଲକିଂ ଏବଂ ୨୬ରେ ହେବ ସ୍ପଟ୍ ଆଡ଼ମିଶନ । ଜୁଲାଇ ୨୯ରୁ ଆରମ୍ଭ ହେବ ଯୁକ୍ତ ୨ ପ୍ରଥମ ବର୍ଷ ପାଠ ପଢା।

Leave a Reply

Your email address will not be published. Required fields are marked *