୧୮ଟି ନିଷ୍ପତ୍ତି ଉପରେ ମୋହର ମାରିଲା ଓଡ଼ିଶା କ୍ୟାବିନେଟ୍ , ନିଜମ 5ମ ପାଳିର ଚତୁର୍ଥ ବର୍ଷ ପୂରଣ କଲେ ନବୀନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନିଜ 5ମ ପାଳିର ଚତୁର୍ଥ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ 18ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ମରାଯାଇଛି। ଏହା ମଧ୍ୟରେ ରହିଛି ନିଜସ୍ୱ ମୋ ଘର ଯୋଜନା। ଏହା ଦ୍ୱାରା କେନ୍ଦ୍ରର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଅପେକ୍ଷା ନ କରି ରାଜ୍ୟ ସରକାର ନିଜସ୍ୱ ବ୍ୟବସ୍ଥା କରିଛନ୍ତି। ସାଧାରଣ ନିର୍ବାଚନକୁ ବର୍ଷକରୁ କମ୍ ସମୟ ଥିବାରୁ ଏହି ଯୋଜନା ଭୋଟ ବ୍ୟାଙ୍କ୍ ସୁଦୃଢ କରିବାରେ ସହାୟକ ହେବ ବୋଲି ସରକାର ଆଶା କରୁଛନ୍ତି। ଗ୍ରାମାଞ୍ଚଳରେ ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର ଲୋକଙ୍କ ଘର ତିଆରି ପାଇଁ ଜମିପଟ୍ଟା ଥିବା ଲୋକଙ୍କୁ ଘର ତିଆରି କରୁଥିବା ପଟ୍ଟାକୁ ବନ୍ଧା ରଖି ମିଳିବ ୧ ଲକ୍ଷରୁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ। ଋଣ ଉପରେ ରାଜ୍ୟ ସରକାର ଦେବେ ୩୦ ହଜାରରୁ ୬୦ ହଜାର ପର୍ଯ୍ୟନ୍ତ ସବସିଡି। ୧୦ ବର୍ଷ ଭିତରେ ଋଣ ଶୁଝିବାକୁ ପଡ଼ିବ। ଜୁନ ୧୬ରୁ ‘ମୋ ଘର’ ପାଇଁ ଆବେଦନ
https://rhodisha.gov.in/house/ ପ୍ରଦତ୍ତ ଓ୍ୱେବ ସାଇଟ୍ ଜରିଆରେ କରିପାରିବେ। ସେହିପରି ଗତବର୍ଷ ପ୍ରତିଷ୍ଠା ହୋଇଥିବା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ପାଇଁ 330 କୋଟି ଟଙ୍କାରୁ ଅଧିକ ଅନୁଦାନ ମଞ୍ଜୁର କରାଯାଇଛି। ଏହା ବ୍ୟତୀତ କୋଣାର୍କ ମନ୍ଦିର ଚତୁଃ ପାର୍ଶ୍ୱ ଉନ୍ନୟନ, ଜଳଜୀବନ ମିଶନ୍, ଏକାମ୍ର କ୍ଷେତ୍ର ଉନ୍ନୟନ ପ୍ରକଳ୍ପ, 350 ଛାତ୍ରଛାତ୍ରୀ ଥିବା କଲେଜ ପାଇଁ ଗୋଟିଏ ପାଠାଗାର ସହାୟକ ପଦକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଅନୁରୂପ ଭାବେ ଭିସୁଚ୍ ପାଇଁ 2000 କୋଟି ଟଙ୍କା, ଜଳକ୍ଲିଷ୍ଟ ଅଞ୍ଚଳରେ ଭୂତଳ ଜଳର ବ୍ୟବସ୍ଥା ଏବଂ ଗଜପତି ଜିଲ୍ଲାରେ 2ଟି ଜଳ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି।

Leave a Reply

Your email address will not be published. Required fields are marked *