ଅସହ୍ୟ ଗରମରେ ଛଟପଟ ସାରା ରାଜ୍ୟବାସୀ

ଭୁବନେଶ୍ୱର : ଅସହ୍ୟ ଗରମରେ ଛଟପଟ ସାରା ରାଜ୍ୟବାସୀ। ରାଜ୍ୟର ଅଧିକାଂଶ ସ୍ଥାନରେ ଅନୁଭବ ହେଉଛି ପ୍ରଚଣ୍ଡ ଗୁଳୁଗୁଳି ଓ ଗରମ । ପଶ୍ଚିମ ଓଡିଶାରେ  ତାତି ସହ ଉପକୂଳ ଓ ଆଭ୍ୟନ୍ତରରେ ପ୍ରଚଣ୍ଡ ଗୁଳୁଗୁଳି ହେଉଛି। ଆଜି ଦିନ ସାଢେ ୧୧ଟା ସୁଦ୍ଧା ସମ୍ବଲପୁର ଓ ଝାରସୁଗୁଡା ତାପମାତ୍ରା ସର୍ବାଧିକ ରହିଛି। ସମ୍ବଲପୁର ଓ ଝାରସୁଗୁଡ଼ା ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି। ସେପଟେ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଓ ଚାନ୍ଦବାଲିରେ  ୩୭ ଡିଗ୍ରୀ। କେନ୍ଦୁଝର ୩୬.୨,ବାଲେଶ୍ୱର ୩୫.୬, ପୁରୀ ୩୫.୫ ଡିଗ୍ରୀ ରେକର୍ଡ କରାଯାଇଛି। ଏହାସହ ଆଜି ରାଜଧାନୀରେ ସକାଳୁ ସକାଳୁ ଅସହ୍ୟ ତାତି ସହ ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ଼ କରାଯାଇଛି । ୭୫% ଆଦ୍ରତା ଥିବାରୁ ପ୍ରବଳ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି।

Leave a Reply

Your email address will not be published. Required fields are marked *